ଶ୍ରଦ୍ଧା କ୍ଷେତ୍ରରେ ଗଡ଼ିଲାନି ରଥ, ମନ୍ଦିର ଭିତରେ ଅସ୍ଥାୟୀ ରତ୍ନବେଦୀରେ ବିରାଜମାନ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଜଳେଶ୍ବର(କେନ୍ଯୁଜ୍): ମାନ୍ୟବର ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଛି। ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଟି. ଭି. ରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କିନ୍ତୁ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ବ୍ଲକରେ ଥିବା ଶ୍ରଦ୍ଧା କ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା ପାଳିତ ହୋଇଯାଇଛି। ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଥିବା ବେଳେ, ପ୍ରଚଳିତ ରୀତିନୀତି ଅନୁସାରେ ଶ୍ରୀଜିଉଙ୍କର ସ୍ୱତନ୍ତ୍ର ବେଶ କରାଯାଇ ଖେଚୁଡି ଭୋଗ ଓ ଧୂପ ଲାଗି ସମ୍ପୂର୍ଣ ହେଇଥିଲା। ରିପୋର୍ଟ ଅନୁଯାୟୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ପୃବତନ ବିଧାୟକ ଜୟନାରାୟଣ ମହାନ୍ତି ଠାକୁରଙ୍କ ଆଗରେ ଛେରା ପହଁରା କରିଥିଲେ। ଏହାପରେ ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ମନ୍ଦିର ପରିସରରେ ତିଆରି ହୋଇଥିବା ଅସ୍ଥାୟୀ ରତ୍ନ ବେଦୀକୁ ନେଇଥିଲେ।

ratha yatra jaleswarବାଲିଆପାଳ ଶ୍ରଦ୍ଧାକ୍ଷେତ୍ର ରଥଯାତ୍ରାର ୩୯ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ରଥଯାତ୍ରା ଅନୁଷ୍ଠିତ ହୋଇନାହିଁ। ଶ୍ରୀଯୁକ୍ତ ଜୟନାରାୟଣ ମହାନ୍ତି ଠାକୁର ରାଜାଙ୍କ ସମସ୍ତ କାର୍ଯ୍ୟ ସମାପନ କରି ଠାକୁରଙ୍କ ସହିତ ମନ୍ଦିର ଚାରିପଟେ ପରିକ୍ରମା କରିଥିଲେ। କିନ୍ତୁ କରୋନା ମହାମାରୀ ପାଇଁ ଆଜି ଭକ୍ତ ଶୂନ୍ଯ ହୋଇଛି ଏହି ଶ୍ରଦ୍ଧାକ୍ଷେତ୍ର । ଘଣ୍ଟା ମୃଦଙ୍ଗର ଶବ୍ଦ ଶୁଭୁଥିଲା ବେଳେ ଭକ୍ତଙ୍କ ଆନନ୍ଦରେ ହରିବଲ ଶବ୍ଦ ଶୁଭୁ ନଥିଲା ଶ୍ରଦ୍ଧାକ୍ଷେତ୍ରରେ । ଏହି ପରି ଭାବରେ ବାଲିଆପାଳ ଶ୍ରଦ୍ଧାକ୍ଷେତ୍ରରେ ରଥଯାତ୍ରା ସମାପନ ହୋଇଯାଇଛି। ଅନ୍ଯପଟେ ମହାପ୍ରଭୁଙ୍କର ଘୋଷ ଯାତ୍ରା ବନ୍ଦ ହୋଇଥିବାରୁ ବାଲିଆପାଳର ହଜାର ହଜାର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦୁଖଃର ଲହରି ଖେଳି ଯାଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.