ଆଜି ରାଜ୍ଯରେ ୩୦ଟି ଜିଲ୍ଲାରୁ ୨୮୯୮ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୨୪ଜଣ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ଯରେ ୨୮୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୭୯୨ ଏବଂ ଲୋକାଲ୍ କେସରୁ ୧୧୦୬ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୭୦,୦୨୦ ରେ ପହଁଚିଛି। ଏମାନଙ୍କ ୪୬,୯୩୫ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୨,୬୫୧ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୬, ବାଲେଶ୍ବରରୁ ୧୪୦, ବରଗଡରୁ ୯, ଭଦ୍ରକରୁ ୧୦୭, ବଲାଙ୍ଗିରରୁ ୧୭୩, ବୌଦ୍ଧରୁ ୧, କଟକରୁ ୨୪୧, ଦେଓଗଡରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୫୩, ଗଞ୍ଜାମରୁ ୨୨୬, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୯, ଝାରସୁଗୁଡା ୪୯, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୬୩, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୩୫, କୋରାପୁଟରୁ ୧୩୨, ମାଲକାନଗିରିରୁ ୫୬, ମୟୁରଭଞ୍ଜରୁ ୫୩, ନବରଙ୍ଗପୁରରୁ ୩୭, ନୟାଗଡରୁ ୨୩୨, ନୂଆପଡାରୁ ୮, ପୁରୀରୁ ୧୦୪, ରାୟଗଡାରୁ ୧୦୫, ସମ୍ବଲପୁରରୁ ୭୭ , ସୋନପୁରରୁ ୨୩ ଏବଂ ସୁନ୍ଦରଗଡରୁ ୧୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.