ଜମ୍ମୁ-କଶ୍ମୀରରୁ ୧୦ ହଜାର ସାମରିକ ବାହିନୀ ପ୍ରତ୍ୟାହାର, ଆଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

କେନ୍ଯୁଜ୍: ଜମ୍ମୁ-କଶ୍ମୀରରୁ ୧୦ ହଜାର ଅର୍ଦ୍ଧ ସାମରିକ ବାହିନୀ ପ୍ରତ୍ୟାହାର କରାଯିବ । ସୂଚନା ଯୋଗ୍ଯ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏହା ସବୁଠ ବଡ ଅର୍ଦ୍ଧ ସାମରିକ ବାହିନୀ ପ୍ରତ୍ୟାହାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଆଦେଶରେ ଆହୁରି ବି ଜମ୍ମୁ କାଶ୍ମୀରରୁ ଖୁବ୍‌ ଶୀଘ୍ର ସିଏପିଏଫ୍‌ର ୧୦୦ଟି କମ୍ପାନିକୁ ପ୍ରତ୍ୟାହାର କରି ସେମାନଙ୍କୁ ନିଜ ନିଜ ସ୍ଥାନକୁ ଫେରାଇ ନେବାକୁ କୁହାଯାଇଛି।

ଅପସାରଣ ହେବାକୁ ଥିବା ୧୦ ହଜାର ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ନିଜ ପୂର୍ବ ସ୍ଥାନରେ ମୁତୟନ ହେବେ । ଏମାନଙ୍କୁ ବିମାନ ଯୋଗେ ଦିଲ୍ଲୀ କିମ୍ବା ମୁତୟନ ହେବା ସ୍ଥାନକୁ ଫେରାଇ ଅଣାଯିବ । ଗତ ମେ ମାସରେ ୧୦ କମ୍ପାନୀ ଏବଂ ଗତ ବର୍ଷ ଡିସେମ୍ବରରେ ୭୨ ୟୁନିଟ୍‌ ଯବାନଙ୍କୁ ଅପସାରଣ କରାଯାଇଥିଲା । ଏଥର ୧୦୦ଟି କମ୍ପାନୀକୁ ଅପସାରଣ କରାଯିବ । ଯାହାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ସେହିପରି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଓ ବିଏସ୍‌ଏଫ୍‌ ଯବାନଙ୍କୁ ମଧ୍ୟ ଚଳିତ ସପ୍ତାହରେ ପ୍ରତ୍ୟାହାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.