କ୍ୱାରେଣ୍ଟାଇନ୍‌ରେ ଯାଜପୁର ମୁଖ୍ୟ ଚିକିତ୍ସାଳୟର ୩ ଡାକ୍ତର, ୧୯ ସ୍ୱାସ୍ଥ୍ୟକର୍ମୀ : କୋଲକାତାରୁ ଜିଲ୍ଲାକୁ ଫେରିଥିବା ୭ ଶହ କରିଛନ୍ତି ପଞ୍ଜୀକରଣ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାର ନୂତନ ୫ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଯାଜପୁର ବ୍ଲକର ବେହେରା ପାଟଣା,ଜାଲପୁର,ବାସୁଦେବ ପୁର,ଦସରରଥପୁର ବ୍ଲକ ର ବିରଜାପୁର ଏବଂ କୋରେଇ ବ୍ଲକର ମକୁନ୍ଦପୁର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଗତକାଲି ଏହି ଅଂଚଳରୁ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପ୍ରତ୍ୟେକ ବ୍ଲକ ଅଞ୍ଚଳ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି।

ଯାଜପୁରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ତେଣୁ ଗତକାଲି କୋରୋନା ଚିହ୍ନଟ ମଧ୍ୟରୁ କେତେକ ରୋଗୀ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ। ସେଥିପାଇଁ ଡାକ୍ତରଖାନାର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ସଂକ୍ରମିତ ହୋଇଥିବା ଆଶଙ୍କା ରହିଛି। ୩ ଜଣ ଡାକ୍ତର ଏବଂ ୧୯ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସୂଚନା।

Jajpur-collectorଅପରପଟେ ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କ ଲାଗି ପ୍ରତି ପଂଚାୟତରେ ଗଠନ ହେବ କମିଟି । ବର୍ତ୍ତମାନ ସୁଦ୍ଧା ୭୦୦ ଜଣ କୋଲକତାରୁ ଫେରିଥିବା ନେଇ ପଞ୍ଜୀକୃତ କରିଛନ୍ତି । ସମସ୍ତଙ୍କୁ ସରକାରୀ କ୍ବାରେଣ୍ଟାଇନ ରଖାଯିବ ସହ ଲୁଚି ରହିଥିବା ସନ୍ଦିଗ୍ଧଙ୍କୁ ଠାବ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.