Below header

ଲକଡାଉନ ଭିତରେ ଏହି ଟିଭି ଆଙ୍କର କରୁଥିଲେ ବିବାହ ଆୟୋଜନ, କଥା ପହଞ୍ଚିଲା ଥାନାରେ, ମାମଲା ରୁଜୁ

ଏବେ କରୋନା ଭାଇରସ ଯୋଗୁ କୌଣସି ବି କାର୍ଯ୍ୟକ୍ରମ କି ଉତ୍ସବ ଆୟୋଜନ କରାଯାଉନାହିଁ। ଦେଶରେ ଲକଡାଉନ ଜାରି ଥିବାରୁ ସମସ୍ତେ ନିଜ ନିଜ ଘରେ ବନ୍ଦୀ ଅଛନ୍ତି। କିନ୍ତୁ ଏହାରି ଭିତରେ ଜଣେ ଟିଭି ଆଙ୍କର ବିବାହ ପ୍ରସ୍ତୁତି କରୁଥିବା ନେଇ ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଖବର ଅନୁସାରେ, କନ୍ନଡ଼ ରିୟାଲିଟି ଟିଭି ଶୋ’ର ହୋଷ୍ଟ ତଥା ଆକ୍ଟର ଅକୁଲ ବାଲାଜୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଅକୁଲ ନିଜ ରିସୋର୍ଟରେ ଏକ ବିବାହ ସମାରୋହ ଆୟୋଜିତ କରାଇବା ନେଇ ଅଭିଯୋଗ ହୋଇଥିଲା। ସୋସିଆଲ ଡିସଷ୍ଟାନସିଙ୍ଗ ଏବଂ ଲକଡାଉନ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏକ ନ୍ୟୁଜ ଏଜେନ୍ସି ଅନୁସାରେ ଆକୁଲଙ୍କର ଏହି ରିସୋର୍ଟ ବେଙ୍ଗାଲୁରୁରେ ଅଛି। କହି ରଖୁଛୁ, ଅକୁଲ କନ୍ନଡ଼ ଭାଷାର ରିୟାଲିଟି ଶୋ’ ‘ମାନେ ମୁଣ୍ଡେ ମହାଲକ୍ଷ୍ମୀ’, ‘ପାୟତେ ହୁଦଗିର ହାଲି ଲିଫୁ ସିଜନ 1 ଏବଂ 2′ ଭଳି ଶୋ’ ହୋଷ୍ଟ କରିବା ପାଇଁ ଜଣାଶୁଣା ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.