Below header

ଦିନ ପାଲଟିଲା ରାତି, ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏଭଳି କଳା ମେଘ ଘୋଟି ଆସିଥିଲା ଯେ ପୂର୍ବାହ୍ନରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା । କେନ୍ଦୁଝରରେ କଳା ବାଦଲ ମାଡ଼ି ଆସି ଚାରିଆଡ଼େ ଅନ୍ଧାର ହୋଇ ଯାଇଥିଲା । ପବନ ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା । ପୁଣି ପ୍ରବଳ ବର୍ଷା ହୋଇଥିଲା ।

RAIN-2ସେହିଭଳି ଭୁବନେଶ୍ୱର ସମେତ ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଅଞ୍ଚଳରେ କଳା ମେଘ ଘୋଡ଼ାଇ ରଖିଛି । ବିଜୁଳି ଓ ଘଡ଼ଘଡ଼ି ମାରୁଛି । କେତେକ ଜାଗାରେ ବର୍ଷା ବି ଆରମ୍ଭ ହୋଇଗଲାଣି ।

ଦେଖନ୍ତୁ ଭିଡିଓ…

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.