Below header

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ରେକର୍ଡ ସଂଖ୍ୟକ ସୁସ୍ଥ, ଦିନକରେ ୪୦୫୩ ଜଣ ଆରୋଗ୍ୟ

ଭୁବନେଶ୍ୱର (କେନ୍ୟୁଜ ବ୍ୟୁରୋ) : ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ରେକର୍ଡ ସୁସ୍ଥ । ଦିନକରେ ୪ ହଜାର ୫୩ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ରାୟଗଡ଼ାରୁ ସର୍ବାଧିକ ୬୦୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କଟକରୁ ୪୬୮, ଖୋର୍ଦ୍ଧା ୩୭୦, ଯାଜପୁର ୩୩୯, ଗଞ୍ଜାମ ୨୩୩, ସୁନ୍ଦରଗଡ଼ ୨୧୭, କୋରାପୁଟ ୧୭୫, ଭଦ୍ରକ ୧୭୨, କଳାହାଣ୍ଡି ୧୬୫, ପୁରୀ ୧୪୪, ନୟାଗଡ଼ ୧୪୧, ମୟୂରଭଞ୍ଜ ୧୨୮, ମାଲକାନଗିରି ୧୨୦, ବରଗଡ଼ରୁ ୧୦୦ ଜଣ ସୁସ୍ଥ ହୋଇଛନ୍ତି ।


ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭୭ ହଜାର ୨୮୬କୁ ବୃଦ୍ଧି ପାଇଛି । ରାଜ୍ୟରେ ସୁସ୍ଥତା ହାର ୭୪.୬୪ ପ୍ରତିଶତ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.