ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୬ହଜାର ୨ଶହ ୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୮ମୃତ

ଭୁବନେଶ୍ବର: ଲଗାତର ଦିତୀୟ ଦିନରେ ରାଜ୍ୟରେ ୬ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୬ହଜାର ୨ଶହ ୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୧ ରେଡ୍‌ ଜୋନ୍‌ ଜିଲ୍ଲା ଉପରେ ସଂକ୍ରମଣ ଉପରେ ରୋକ୍‌ ଲାଗୁନି। ଖୋର୍ଦ୍ଧାରୁ ସର୍ବାଧିକ ୯ଶହ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡରୁ ୬୮୪, କଳାହାଣ୍ଡିରୁ ୬୮୨, ନୂଆପଡାରୁ ୪୪୬, ସଂକ୍ରମିତ ହୋଇଛନ୍ତି । କଟକରୁ ୩୮୩, ପୁରୀରୁ ୩୦୬, ବରଗଡରୁ ୨୬୮, ସମ୍ବଲପୁରରୁ ୨୬୩, ଝାରସୁଗୁଡାରୁ ୨୬୧ ନୂଆ କେସ୍‌ ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୯୪ ହଜାର ୬୯୪କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ୩୯ହଜାର ୧୧୭ ରହିଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୫୩ ହଜାର ୫୫୧ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.