Below header

ସମ୍ବଲପୁର ଚିପିଲିମାରୁ ଆସିଲା କରୋନାର କରୁଣ କାହାଣୀ: ମୃତ୍ୟୁପରେ ମହିଳାଙ୍କୁ ମିଳିଲାନି ଚାରିକାନ୍ଧ, ଶେଷରେ ଟ୍ରଲିରେ ଗଲେ ମଶାଣି

ସମ୍ବଲପୁର: କରୋନାର କରୁଣ କାହାଣୀ । ଯାହା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ଜଣେ ମହିଳାଙ୍କ ମୃତ୍ୟୁପରେ ମିଳିଲାନି ଚାରିକାନ୍ଧ। ସୂଚନା ଅନୁଯାୟୀ, ମହିଳା ଜଣଙ୍କୁ କିଛି ଦିନ ଘରେ ଜ୍ବର ହୋଇଥିବାବେଳେ, କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପୁଅ ଏକ ଟ୍ରାକ୍ଟରରେ କାଠ ମଶାଣିକୁ ନେଇଥିବାବେଳେ, ମାଁଙ୍କୁ କାନ୍ଧ ଦେବା ପାଇଁ ସାହୀ ପଡିଶାକୁ ଡାକିଥିଲେ। କିନ୍ତୁ କେହି ଆସିନଥିଲେ । ଫଳରେ ବାଧ୍ଯ ହୋଇ ଏକ ଟ୍ରଲିରେ ମାଙ୍କୁ ମଶାଣିକୁ ନେଇଥିଲେ ।

ତେବେ ସେହି ସମୟରେ କିଛି ସମାଜସେବୀ ତାଙ୍କୁ ସାହଯ୍ୟ କରିଥିଲେ। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଚିପିଲିମା ଅଂଚଳରୁ। ଗତକିଛିଦିନ ହେଲା କରୋନା ତାଣ୍ଡବ ରଚିଥିବା ବେଳେ, ଭୟଭିତ ଅଛନ୍ତି ଲୋକେ । କରୋନା ଆଶଙ୍କା କରି ଶବକୁ ଛୁଉଁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.