ଟ୍ଵିଟରରେ ବଡ଼ ଭୂଲ୍‌ କରିଦେଲେ ଶଶି ଥରୁର, ହସ୍‌ପିଟାଲରେ ଭର୍ତ୍ତି ଥିବା ପୂର୍ବ ସାଂସଦ ସୁମିତ୍ରା ମହାଜନଙ୍କୁ ଦେଇଦେଲେ ଶ୍ରଦ୍ଧାଞ୍ଜଳି

କଂଗ୍ରେସ ସାଂସଦ ଶଶି ଥରୁର ପୂର୍ବତନ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନଙ୍କ ପରଲୋକ ଖବର ନେଇ ଏକ ଟ୍ଵିଟ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏହାକୁ ନେଇ ବିଜେପି ନେତା କୈଳାସ ବିଜୟ ବର୍ଗୀୟ ଏକ ଟ୍ଵିଟ କରି ଶ୍ରୀମତି ମହାଜନଙ୍କ ଜୀବିତ ଖବର ଦେବା ସହ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ବିଜୟ ବର୍ଗୀୟ ତାଙ୍କ ଟ୍ଵିଟରରେ ‘ ତାଇ ଏକଦମ୍‌ ସୁସ୍ଥ ଅଛନ୍ତି, ଭଗବାନ ତାଙ୍କୁ ଦୀର୍ଘ ଜୀବି କରନ୍ତୁ ବୋଲି ଲେଖିଛନ୍ତି ।

sashi thoroor
photo credit: aajtak.in

କୈଳାସ ବିଜୟ ବର୍ଗୀୟଙ୍କ ଟ୍ଵିଟ ପରେ ଶଶି ଥରୁର ତାଙ୍କ ଟ୍ଵିଟକୁ ଡିଲିଟ କରିଦେଇଛନ୍ତି । ତେବେ ଶଶି ଥରୁର ତାଙ୍କ ଟ୍ଵିଟରରେ ସୁମିତ୍ରା ମହାଜନଙ୍କ ପରଲୋକରେ ଦୁଃଖ ପ୍ରକାଶ କରିବା ସହ ନିଜର ଏକ ସ୍ମୃତି ମନେପକାଇଥିଲେ । ସୁମିତ୍ରା ମହାଜନ ଓ ଦିବଂଗତ ନେତ୍ରୀ ସୁଷମା ସ୍ୱରାଜ କିପରି ତାଙ୍କୁ ‘ବ୍ରିକ୍ସ’ ରେ ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବା ପାଇଁ କହିଥିଲେ ତାହା ସେ ତାଙ୍କ ଟ୍ଵିଟରେ ଉଲ୍ଲେଖ କରିଥିଲେ ।

ପ୍ରକାଶଯୋଗ୍ୟ ଯେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିବା ସହ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଛି । ସୁମିତ୍ରା ମହାଜନଙ୍କ ମୃତ୍ୟୁ ଖବର ଶଶି ଥରୁର ଙ୍କ ସହ କଂଗ୍ରେସ ନେତ୍ରୀ ଅଲ୍‌କା ଲାମ୍ବା ମଧ୍ୟ ଟ୍ଵିଟ୍‌ କରିଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.