Below header

ଯାଜପୁର ଗୋପୀନାଥପୁରରେ ରସୁଲପୁର ବିଡ଼ିଓ,ତହସିଲଦାରଙ୍କ ଉପରେ ଆକ୍ରମଣ ଓ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର: ୩ ଅଟକ

ଯାଜପୁର ଟାଉନ: ଯାଜପୁରରେ କୋରୋନା ସ୍ଥିତିର ଅନୁଧ୍ୟାନ କରିବା ଓ ଲକ ଡାଉନ ସମୟରେ ଚେକିଂ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । କୁଆଖିଆ ଥାନା ଗୋପିନାଥପୁର ଗାଁରେ ଏମିତି ଆକ୍ରମଣ ହୋଇଥିବା ଜଣାପଡିଛି ।

jajpur picଆଜି ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କ ନେତୃତ୍ୱରେ ଯାଇଥିବା ଏକ ଟିମ ରସୁଲପୁର ଅଂଚଳରେ ଲକ ଡାଉନର ସ୍ଥିତି ଅନୁଧ୍ୟାନ କରିଥିଲେ । ସେହି ସମୟରେ ରସୁଲପୁର ବିଡିଓ ଓ ତହସିଲଦାର କେତେକ ଯୁବକ ମାସ୍କ ନ ପିନ୍ଧି ବାଇକରେ ବୁଲାବୁଲି କରୁଥିବା ଦେଖି ସେମାନଙ୍କୁ ଅଟାଇବାକୁ ଚେଷ୍ଟା କରିଥିଲେ । ସେଠାରେ ସେମାନେ ଅମାନ୍ୟ କରି ଗୋପିନାଥପୁର ଗାଁକୁ ପଳାଇଯାଇଥିଲେ । ସେମାନଙ୍କ ପିଛା କରିବାକୁ ଯାଇ ପ୍ରଶାସନିକ ଅଧିକାରୀ ସେଠାରେ ପହଂଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା ।

jajpurଖବର ପାଇ ଯାଜପୁର ଜିଲ୍ଲାପାଳ ସେଠାରେ ପହଂଚିବା ପରେ ତାଙ୍କୁ ମଧ୍ୟ କେତେକ ବ୍ୟକ୍ତି ର୍ଦୁବ୍ୟବହାର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ୩ ଜଣ ଗଣ୍ଡଗୋଳକାରୀଙ୍କୁ ଅଟକ ରଖି ପଚାରାଉଚୁରା କରୁଛି ପୋଲିସ୍ । ଏହାପରେ ଯାଜପୁର ଏସପି ଚରଣ ସିଂ ମିନା ଗାଁରେ ପହଁଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଅଟକ ଯୁବକ ମାନଙ୍କ ମଧ୍ୟରେ ଜଣେ ନିଜାମୁଦ୍ଧିନ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେନଟାଇନରେ ରଖାଯିବ । ପରିସ୍ଥିତି ଉପରେ ନଜର ରଖାଯାଇ ଆବଶ୍ୟକ ପଡିଲେ ଗୋପିନାଥପୁର ଗାଁରେ ୧୪୪ ଧାରା ଜାରି ହେବ ବୋଲି ଯାଜପୁର ଜିଲ୍ଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.