Below header

କରୋନା ସଂକ୍ରମଣ ରୋକିବାକୁ DRDOର ନିଆରା ଉଦ୍ଭାବନ, ତିଆରି କଲା ଲେଜର ସାନିଟାଇଜର ଡିସପେନ୍ସ

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଅବଧିକୁ ମେ ୩ ଯାଏଁ ବଢ଼ାଇ ଦେଇଛନ୍ତି। ଅନ୍ୟପଟେ କୋଭିଡ-୧୯ ବିପକ୍ଷରେ ଲଢ଼େଇରେ ଯୋଗ ଦେଇ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଏକ ସାନିଟାଇଜର ଡିସପେନ୍ସର ତିଆରି କରିଛି, ଯାହା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ।

Coronavirus outbreak: DRDO develops contactless sanitizer ...

ଏନେଇ ଡିଆରଡିଓର ଅଧ୍ୟକ୍ଷଙ୍କ ପରାମର୍ଶଦାତା ଏସ ଯୋଶୀ କହିଛନ୍ତି ଯେ ଡିଆରଡିଓ ଏକ ଡିସପେନ୍ସର ପ୍ରସ୍ତୁତ କରିଛନ୍ତି। ଏହାକୁ ଅଫିସର ମୁଖ୍ୟାଳୟରେ ସ୍ଥାପନ କରାଯାଇଛି। ସ୍ପର୍ଶ ନ କରି ଏହି ମେସିନ ୨୦ ସେକେଣ୍ଡ ମଧ୍ୟରେ ସମସ୍ତ ଭାଇରସକୁ ମାରିଥାଏ ଓ ଜୀବାଣୁମୁକ୍ତ କରିଥାଏ। ଏହି ମେସିନ ଅନ୍ୟ ସଂସ୍ଥାଗୁଡ଼ିକୁ ମଧ୍ୟ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

Coronavirus DRDO develops contactless sanitiser dispenser to ...

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଏହି ମେସିନ ଅଲଟ୍ରାସୋନିକ ସେନ୍ସର ମାଧ୍ୟମରେ କାର୍ଯ୍ୟ କରେ। ଖାସ୍ କରି ଅଫିସରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ଏକ ନୂଆ ଆବିଷ୍କାର କରାଯାଇଛି। ଏହି ମେସିନ କରୋନା ଭାଇରସକୁ ମାରିବାରେ ଶତପ୍ରତିଶତ ସହାୟକ ହେବ ବୋଲି DRDO ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.