ଆଖିର ରଙ୍ଗ ବଦଳୁଥିଲେ ସାବଧାନ! ହୋଇପାରନ୍ତି କରୋନା ସଂକ୍ରମିତ

ସାରା ବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଜାରି ରହିଛି। କରୋନା ଯେତେ ବ୍ୟାପୁଛି ଏହାର ଲକ୍ଷଣ ମଧ୍ୟ ସେତିକି ସେତିକି ପଦାକୁ ଆସୁଛି। ନିକଟରେ କରୋନାକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡ଼ିଛି ଯେ ଏବେ ଆଖିର ରଙ୍ଗରୁ ବି କରୋନା ହୋଇଛି କି ନାହିଁ ଜଣାପଡ଼ିବ। ଅର୍ଥାତ ଆଖିର ରଙ୍ଗ କହିବ ଆପଣ କରୋନା ଆକ୍ରାନ୍ତ କି ନାହିଁ।

These Eye Problems Could Be Symptoms Of COVID-19 Coronavirus

ପ୍ରାରମ୍ଭିକ ସ୍ଥିତିରେ ଥଣ୍ଡା, ଜ୍ୱର, ଶୁଖିଲା କାଶ ଆଦିକୁ କରୋନାର ଲକ୍ଷଣ ବୋଲି କୁହାଯାଉଥିବା ବେଳେ ଭାଇରସର ପ୍ରକୋପ ବଢ଼ିବା ପରେ ଏଥିରେ ନିଃଶ୍ୱାସ ନେବାରେ ସମସ୍ୟା ଉପୁଜିବା ଆଦି ଲକ୍ଷଣ ସାମିଲ ହୋଇଥିଲା। ଏବେ ହୋଇଥିବା ରିସର୍ଚ୍ଚ ମୁତାବକ ଯଦି ଆପଣଙ୍କ ଆଖି ଗୋଲାପୀ ହୋଇଯାଉଛି ତେବେ ଆପଣ କରୋନା ଭାଇରସରେ ସଂକ୍ରମିତ ବୋଲି କୁହାଯାଇଛି।

Coronavirus and conjunctivitis | ICR Opthalmology Centre

ଆମେରିକାର ଚକ୍ଷୁରୋଗ ବିଶେଷଜ୍ଞଙ୍କ ଦ୍ଵାରା କରାଯାଇଥିବା ଏକ ରିସର୍ଚ୍ଚ ଅନୁସାରେ କରୋନା ସଂକ୍ରମିତ ରୋଗୀଙ୍କ ଆଖିରେ ମଧ୍ୟ ଏହାର ଲକ୍ଷଣ ପ୍ରକାଶ ପାଏ। ଯଦି କେହି ନିଜ ଆଖିର ରଙ୍ଗ ବଦଳୁଥିବା ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଏହା କରୋନାର ଏକ ଲକ୍ଷଣ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି।

Coronavirus infection: Now add pinkeye to list of atypical ...

ନିକଟରେ ଚୀନର ବିଶେଷଜ୍ଞ ମାନେ ଏକ ରିସର୍ଚ୍ଚରୁ ଜାଣିବାକୁ ପାଇଥିଲେ ଯେ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିର ଲୁହରୁ ବି ବ୍ୟାପିଥାଏ। ଏହି ରିସର୍ଚ୍ଚ ୩୮ ଜଣ କରୋନା ସଂକ୍ରମିତଙ୍କୁ ନେଇ କରାଯାଇଥିଲା। ସମସ୍ତ ରୋଗୀଙ୍କ ଆଖିର ରଙ୍ଗ ଗୋଲାପୀ ହୋଇଥିବା ଦେଖାଯାଇଥିଲା। ଏଣୁ କରୋନା ଯୋଗୁ ଆଖିର ରଙ୍ଗ ବଦଳିଯାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.