ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଅତିଥି ଅଧ୍ୟାପିକା କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କଟକ ଜିଲ୍ଲାର ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଅତିଥି ଅଧ୍ୟାପିକା କରୋନା ପଜିଟିଭ୍ ଚିହ୍ନଟ। ପୂର୍ବରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର  ହଷ୍ଟେଲରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ଅତିଥି ପ୍ରଫେସର ପଜିଟିଭ୍ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟେନିଙ୍ଗ୍ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହଷ୍ଟେଲରୁ ୮୨ ଟି ରକ୍ତ ନମୁନା ସଂଗ୍ରହ କରାଯାଇଛି। ଯାହାର ରିପୋର୍ଟ ଆଜି ଆସିବ।

ରିପୋର୍ଟ ଆସିବା ପରେ ଆଉ କେତେ ଜଣ ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହେବ। କଟକ ମ୍ୟୁନିସିପାଲ କର୍ପୋରେସନ, ବିଶ୍ୱବିଦ୍ୟାଳୟର ସମସ୍ତ ୧୩ ହଷ୍ଟେଲ ଉପରେ ନଜର ରଖିଛି। ଏନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.