Below header

ରାଜ୍ୟରେ ଗୋଟିଏ ଦିନରେ ୨୧୪ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଆଉ ୨୧୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୨୬ ଓ ଲୋକାଲ କେସ୍‌ ୮୮ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ଜଣ ସଂକ୍ରମିତ ଅଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୪୬୦ରେ ପହଞ୍ଚିଛି। ସୁସ୍ଥଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୩୩୭ ଓ ଆକ୍ଟିଭ୍‌ କେସ୍‌ ରହିଛି ୧୧୫୧।

ସେହିପରି ଅନୁଗୁଳରୁ ୬,ବାଲେଶ୍ବରରୁ ୧୧, ବରଗଡରୁ ୧୩,ଭଦ୍ରକରୁ ୪, ବଲାଙ୍ଗିରରୁ ୨୦,ବୌଦ୍ଧରୁ ୨, କଟକରୁ ୨୦,ଢେଙ୍କାନାଳରୁ ୧୦ , ଗଞ୍ଜାମ ୪,ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୫, କନ୍ଧମାଳରୁ ୧, କେନ୍ଦ୍ରାପଡା ୧, କୋରାପୁଟରୁ ୧୦, ନବରଙ୍ଗପୁରରୁ ୧, ମୟୁରଭଞ୍ଜରୁ ୯ଜଣ, ପୁରୀରୁ ୫ଜଣ,ରାୟଗଡାରୁ ୩ଜଣ,ନୂଆପଡାରୁ ୨,ସମ୍ବଲପୁରରୁ ୧୦ଜଣ,ସୁନ୍ଦରଗଡରୁ ୨୭ ଏବଂଷ୍ଟେଟ ପୁଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.