Below header

ଗୁରୁବାର ଜପ କରନ୍ତୁ ସାଇ ବାବାଙ୍କର ଏହି ମନ୍ତ୍ର, ଦୂର ହେବ ସବୁ ଦୁଃଖ କଷ୍ଟ

ଗୁରୁବାରକୁ ସାଇବାବାଙ୍କ ଦିନ ବୋଲି କୁହାଯାଏ। ଏଣୁ ଏହି ଦିନ ଶ୍ରଦ୍ଧାଳୁମାନେ ସାଇ ବାବାଙ୍କୁ ଦୀପ, ଧୂପ, ଭୋଗ ଓ ଖାସ୍‌ କରି ବାବାଙ୍କ ପ୍ରିୟ ଫୁଲ ଗୋଲାପ ସମର୍ପଣ କରିଥାନ୍ତି। ମନୋକାମନା ପୂରଣ ପାଇଁ ଗୁରୁବାର ଭକ୍ତମାନେ ବାବାଙ୍କ ବ୍ରତ ମଧ୍ୟ ରଖିଥାନ୍ତି। ପୌରାଣିକ ମାନ୍ୟତା ଅନୁସାରେ ଶିରିଡ଼ିର ସାଇବାବାଙ୍କୁ ଯିଏ ମନ ହୃଦୟରୁ ପୂଜା କରିଥାଏ, ବାବା ତା’ର ସମସ୍ତ ଦୁଃଖ କଷ୍ଟ ଅବିଳମ୍ବେ ଦୂର କରିଥାନ୍ତି।

ସବୁ ଜାତି, ଧର୍ମ ଓ ବର୍ଣ୍ଣର ବ୍ୟକ୍ତି ବାବାଙ୍କର ପୂଜା କରିପାରିବେ। ଗୁରୁବାର ଦିନ ସାଇ ବାବାଙ୍କର କେତେକ ସ୍ୱତନ୍ତ୍ର ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସେ ଓ ସମସ୍ତ ଦୁଃଖ ଦୂର ହୁଏ। ତେବେ ଆସନ୍ତୁ ଜାଣିବା ସାଇ ବାବାଙ୍କର କ’ଣ ସେହି ମନ୍ତ୍ର…

  • ଓଁ ସାଇ ରାମ।
  • ଓଁ ସାଇ ଗୁରୁଦେବାୟ ନମଃ।
  • ସବ୍‌କା ମାଲିକ ଏକ ହେ।
  • ଓଁ ସାଇ ଦେବାୟ ନମଃ।
  • ଓଁ ଶିରିଡି ଦେବାୟ ନମଃ।
  • ଓଁ ସମାଧିଦେବାୟ ନମଃ।
  • ଓଁ ସର୍ବଦେବାୟ ରୂପାୟ ନମଃ।
  • ଓଁ ଅଜର ଅମରାୟ ନମଃ।
  • ଓଁ ମାଲିକାୟ ନମଃ।
  • ଜୟ ଜୟ ସାଇ ରାମ।
  • ଓଁ ସର୍ବଜ୍ଞା ସର୍ବ ଦେବତା ସ୍ୱରୂପ ଅବତାରା।
  • ଓଁ ସାଇ ନମୋ ନମଃ, ଶ୍ରୀ ସାଇ ନମୋ ନମଃ, ଜୟ ଜୟ ସାଇ ନମୋ ନମଃ, ସଦ୍‌ଗୁରୁ ସାଇ ନମୋ ନମଃ।
  • ଓଁ ଶିରିଡ଼ି ବାସାୟ ବିଦ୍‌ମହେ ସଚ୍ଚିଦାନନ୍ଦାୟ ଧୀମାହି ତନ୍ନୋ ସାଇ ପ୍ରଚୋଦୟାତ୍‌।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.