ଏପ୍ରିଲ ୨ରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ

ଭୁବନେଶ୍ବର: ଦୁଇ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ । ଏପ୍ରିଲ ୨ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି । ୨ ତାରିଖ ଅପରାହ୍ନରେ କଟକ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜନ୍ମଉତ୍ସବ ଓ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହକୁ ଉଦଘାଟନ କରିବେ । ଏପ୍ରିଲ ୩ ପୂର୍ବାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବା ସହ ଅପରାହ୍ନରେ ଦିଲ୍ଲୀ ଫେରିଯିବେ ।

ଉଭୟ କାର୍ଯ୍ୟକ୍ରମର ସଭାସ୍ଥଳରେ ବସିବାର ଲୋକଙ୍କ ଆଣ୍ଟିଜେନ ଟେଷ୍ଟ ସହ ବସିବା ସମୟରେ ୬ ଫୁଟ ଦୂରତ୍ୱ ରଖାଯିବ । ଉପରାଷ୍ଟ୍ରପତିଙ୍କ ଗସ୍ତରେ ନିୟୋଜିତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ କୋଭିଡ ପରୀକ୍ଷା ହେବ । ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର କିମ୍ବା ସଭାସ୍ଥଳରେ କୌଣସି ପ୍ରକାର ଫୁଲତୋଡା କିମ୍ବା ଉପହାର କେହି ସିଧାସଳଖ ପ୍ରଦାନ କରିବେ ନାହିଁ । ଗତକାଲି ସରକାରୀ ସ୍ତରରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.