Below header

ଏଲ୍‌ଜିର ଶସ୍ତା ସ୍ମାର୍ଟ ଫୋନ୍‌ : ଏଥିରେ ରହିଛି ଫ୍ରି ସ୍କ୍ରିନ୍‌ ରିପ୍ଲେସମେଣ୍ଟ ବ୍ୟବସ୍ଥା

ନୂଆଦିଲ୍ଲୀ :  କୋରିଆ କମ୍ପାନି ଏଲ୍‌ଜିବହୁ ଦିନ ପରେ ଆଣିଛି ଶସ୍ତା ସ୍ମାର୍ଟ ଫୋନ୍‌ ଯାହାର ରହିଛି ଫ୍ରି ସ୍କିନ ରିପ୍ଲେସମେଣ୍ଟ ବ୍ୟବସ୍ଥା । କମ୍ପାନିର ଏହି ସ୍ମାର୍ଟଫୋନ୍‌ ହେଉଛି K42 । ଏହାର ଅଫର ଓ ଫିଚର ମଧ୍ୟ ବହୁତ ମନଲୋଭା ରହିଛି । ଆଇଏଏନ୍‌ଏସ୍‌ ଖବର ଅନୁଯାୟୀ ଏହି ସ୍ମାର୍ଟ ଫୋନ୍‌ ରେ 4 000 mAh ର ଦମ୍‌ଦାର ବ୍ୟାଟେରୀ ରହଛି । କମ୍ପାନୀ ଏହି ଫୋନ୍‌ରେ ଏକ Quad 4 ରିଅର କ୍ୟାମେରା ମଧ୍ୟ ଦେଇଛି । ଏହି ଫୋନ୍‌ ଆମେରିକା ସୈନ୍ୟ ରକ୍ଷା ମାନକ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି । ଯାହାକି ଉଚ୍ଚ ଓ ନିମ୍ପ ତାପମାନ ସକ୍‌, ଭାଇବ୍ରେସନ୍‌ ସକ୍‌ ଓ ହ୍ୟୁମୁଡିଟି ସାମିଲ ରହିଛି ।

ଏହି ଫୋନ୍‌ର ବଡ଼ କଥା ଏଥିରେ ସ୍କ୍ରିନ୍‌ ଭାଙ୍ଗିବାର ଡର ନାହିଁ

ଭାରତୀୟ ୟୁଜର୍ସଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନି ଓ୍ଵାନ ଟାଇମ୍‌ ମାଗଣା ସ୍କ୍ରିନ୍‌ ରିପ୍ଲେସମେଣ୍ଟ ବ୍ୟବସ୍ଥା ରଖିଛି । K42 ରେ ୨ ବର୍ଷର ଏକ୍ସଟେଣ୍ଡେଡ୍‌ ଓ୍ଵାରେଣ୍ଟି ମଧ୍ୟ ରହିଛି ।3 GB ର‍୍ୟାମ୍‌ ସହିତ 64 GB ଷ୍ଟୋରେଜ୍‌ ର ଏହି ଫୋନ୍‌ର ଦାମ ରହିଛି ୧୦,୯୯୦ ଟଙ୍କା ।
ଏଥିରେ ଗୁଗ୍‌ଲୁ ଆସିଷ୍ଟାଣ୍ଟ ବ୍ୟବସ୍ଥା ସହ ସୁପର ଶାର୍ପ ୬.୬ ଇଞ୍ଚ୍‌ ଡିସ୍‌ପ୍ଲେ ରହିଛି ।

LG K42 ରେ କ୍ୱାଡ୍‌ ରିଅର କ୍ୟାମେରା ଯେଉଁଥିରେ ଓ୍ଵାଇଡ୍‌ ଆଙ୍ଗେଲ୍‌ ସହ ୧୩ ଏମ୍‌ପି ପ୍ରାଇମେରୀ ସେଂସର ଓ ୫ ଏମ୍‌ପି ସେକେଣ୍ଡାରୀ ସେନ୍ସର କ୍ୟାମେରା ରହିଛି । ଏଲଜିର 42 ଫ୍ରଣ୍ଟରେ 8 ଏମ୍‌ ପି ସେଲ୍‌ଫି କ୍ୟାମେରା ସେଂସର ସୁବିଧା ରହିଛି । କ୍ୟାମେରାରେ ଫ୍ଳାସ ଜମ୍ପ୍‌ ସୁବିଧା ରହିଛି ଯେଉଁଥିରେ କିଛି ସମୟ ବ୍ୟବଧାନରେ ୪ ଫଟୋ ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.