ପୁଅ ରିଓର ପ୍ରଥମ ଜନ୍ମଦିନରେ ଇମୋଶନାଲ୍‌ ପୋଷ୍ଟ କଲେ ସୁରେଶ ରୈନା, ଦୁଇଦିନ ପରେ ପତ୍ନୀ ପ୍ରିୟଙ୍କା ବି ଲେଖିଲେ ଏମିତି କିଛି

ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପୁଅ ରିଓକୁ ୨୩ ମାର୍ଚ୍ଚରେ ୧ ବର୍ଷ ପୂରିଛି। ଏହି ଖାସ୍‌ ଅବସରରେ ରୈନା ପୁଅ ସହିତ କିଛି ଫଟୋ ଶେୟାର କରି ଏକ ଇମୋଶନାଲ୍‌ ପୋଷ୍ଟ କରିଥିଲେ। ରୈନାଙ୍କ ଏହି ପୋଷ୍ଟକୁ ଖୁବ୍‌ ପସନ୍ଦ କରାଯାଇଥିଲା।

ଏବେ ପୁଅ ଜନ୍ମଦିନର ଦୁଇଦିନ ପରେ ରୈନାଙ୍କ ପତ୍ନୀ ପ୍ରିୟଙ୍କା ବି ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଏଥିସହିତ ସେ ରିଓକୁ ଶୁଭକାମନା ଜଣାଇଥିବାରୁ ଏବଂ ଏତେ ଭଲ ପାଇବା ଦେଇଥିବାରୁ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରିୟଙ୍କା ରୈନା ଲେଖିଛନ୍ତି, ‘ଏତେ ଭଲ ପାଇବା ପାଇ ରିଓ ଧନ୍ୟ ହୋଇଗଲା। ନିଜ ଶୁଭକାମନା ପଠାଇବା ପାଇଁ ଏବଂ ରିଓର ପ୍ରଥମ ଜନ୍ମଦିନକୁ ଏତେ ଖାସ୍‌ ବନାଇବା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ’।

ଏହିପରି ସୁରେଶ ରୈନା ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଲେଖିଥିଲେ, ‘ଆମେ ତୁମ ନାଁ ରିଓ ରଖିଲୁ। ଏହାର ଅର୍ଥ ନଦୀ, ଯାହା ପ୍ରକୃତିର ଶକ୍ତିର ପ୍ରତୀକ ହୋଇଥାଏ। ଆଜିଠୁ ଠିକ୍‌ ୧ ବର୍ଷ ପୂର୍ବେ ଯେବେ ତୁମେ ଆମ ଜୀବନରେ ଆସିଲ, ତ ଦୁନିଆ ନିଶ୍ଚଳ ହୋଇଯାଇଥିଲା। ତୁମେ ନଦୀ ଭଳି ବହି ଚାଲ ଏବଂ ଯାଦୁ, ଉତ୍ସାହ ଓ ଆଡ୍‌ଭେଞ୍ଚର ବିଛାଇ ଚାଲ। ତୁମକୁ ଜୀବନରେ ସବୁ ଖୁସି, ସ୍ୱାସ୍ଥ୍ୟ ଏବଂ ଆଶିଷ ମିଳୁ। ତୁମ ଚାରିପାଖରେ ଭଲ ପାଇବା ବିଛାଡ଼ି ହୋଇ ରହୁ। ଏମିତି ଆମେ କାମନା କରୁଛୁ’।

 

View this post on Instagram

 

A post shared by Suresh Raina (@sureshraina3)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.