ଛତିଶଗଡ଼ ରାୟପୁରରୁ ୫ ଦିନ ସାଇକେଲରେ ଯାତ୍ରା ପରେ କେନ୍ଦ୍ରାପଡ଼ା ପହଞ୍ଚିଲେ ଶ୍ରମିକ

କେନ୍ଦ୍ରାପଡ଼ା : ସାଇକେଲରେ ୭୭୫ କିଲୋମିଟର ଯାତ୍ରା । ଛତିଶଗଡ଼ ରାୟପୁରରୁ ୫ ଦିନର ଯାତ୍ରା ପରେ କେନ୍ଦ୍ରାପଡ଼ା ପହଞ୍ଚିଲେ ଶ୍ରମିକ । କେନ୍ଦ୍ରାପଡ଼ା ଧୂମାତ ପଞ୍ଚାୟତର ଜଣେ ଶ୍ରମିକ ରାୟପୁରରେ କାମ କରୁଥିଲେ। ହେଲେ କରୋନା ଲକଡାଉନ ପରେ ଅସମ୍ଭାଳ ହୋଇପଡ଼ିଲା ଜୀବନ । ଏପରିକି ଖାଇବାକୁ ମଧ୍ୟ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ସାଇକେଲରେ ନିଜ ଜନ୍ମମାଟିକୁ ଚାଲିଆସିଲେ । ନିଜ ଗାଁରେ ପହଞ୍ଚିବା ପରେ ପଞ୍ଚାୟତ ତରଫରୁ ପ୍ରସ୍ତୁତ ହୋଇଥିବା କ୍ୱାରେଣ୍ଟାଇନ ଗୃହରେ ରହିଛନ୍ତି । ଡାକ୍ତରୀ ଟିମ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.