କରୋନା ଭୟରେ ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି, ପୋଷ୍ଟମର୍ଟମ କରିବା ପାଇଁ ମନା କରୁଛନ୍ତି ଡାକ୍ତର୍

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ କରୋନା ସଂକ୍ରମଣ ସଂଖ୍ୟା ରେକର୍ଡ କରାଯାଇଛି । ଏହି ସଂଖ୍ୟା ହେଉଛି ୪୭୮ ଜଣ ତା ସହିତ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୨୫୪୭ ରେ ପହଁଞ୍ଚିଛି । ତେବେ ଏନେଇ ବର୍ତ୍ତମାନ ଲୋକମାନଙ୍କ ଭିତରେ ଏକ ପ୍ରକାର ଭୟ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି । ସୁଚନା ଅନୁଯାୟୀ କରୋନା ଭାଇରସକୁ ନେଇ ଭୟରେ ଗତକାଲି ଏକ ଦମ୍ପତ୍ତି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଡାକ୍ତରମାନେ ତାଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ମନା କରିଦେଇଛନ୍ତି ।

ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅମୃତସରର ସଠିୟାଲା ଗ୍ରାମରେ । ଏଠାରେ ବାସ କରୁଥିବା ଗୁରଜୀନ୍ଦର କୌର୍ ଏବଂ ତାଙ୍କ ପତ୍ନୀ ବଲବିନ୍ଦର କୌର୍ ଗତକାଲି ରାତିରେ ଆତ୍ମହତ୍ୟା କରିଦେଇଛନ୍ତି । ତେବେ ତାଙ୍କ ସୁଇସାଇଡ ନୋଟରେ ଲେଖାଅଛି ଯେ କରୋନା ଭାଇରସ୍ ସଂକ୍ରମଣକୁ ଦେଖି ସେମାନେ ଭୟଭୀତ ହୋଇଯାଇଛନ୍ତି । ଏହାସହିତ ସେମାନେ ଲେଖିଛନ୍ତି ଯେ ଆମେ କରୋନାରେ ନୂହେଁ ବରଂ ଏହାର ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ଚିନ୍ତିତ । ତେବେ ପତି ପତ୍ନୀ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଏହି ଘଟଣା ପରେ ଡାକ୍ତର ତାଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ମନା କରିଦେଇଥିଲେ । ଯାହାପରେ ପରିବାର ଲୋକ ତାଙ୍କ ଶବକୁ ଫେରାଇ ନେଇଛନ୍ତି । ତେବେ ଏହା ପୂର୍ବରୁ ଗତ ବୁଧବାର ରାତିରେ ମଧ୍ଯ ଉତ୍ତରପ୍ରଦେଶର ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଦେଇଥିଲେ ଏବଂ ସୁଇସାଇଡ ନୋଟରେ ସେ କରୋନା ଭୟରେ ଆତ୍ମହତ୍ୟା କରୁଛନ୍ତି ବୋଲି ଦର୍ଶାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.