ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ରାଜ୍ୟରେ ମୋଟ୍ ୧୦୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୧୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୭୯୬ ଛୁଇଁଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରରୁ ପ୍ରକାଶ ପାଇଛି ।

ସେହିପରି ଖୋର୍ଦ୍ଧାରୁ ୯୫ ଜଣ, କଟକରୁ ୧୦୨ , ମୟୁରଭଞ୍ଜ ୫୫, ପୁରୀ ୨୯, ଜଗତ୍‌ସିଂହପୁର ୫୦, ବରଗଡ ୩୦, ଯାଜପୁର ୨୧, କେନ୍ଦ୍ରାପଡା ୫୯, ବାଲେଶ୍ୱର ୨୮, ଅନୁଗୁଳ ୭୬, ବଲାଙ୍ଗିର ୨୩, କେନ୍ଦୁଝରରୁ ୩୭, ଓ ନୂଆପଡ଼ାରୁ ୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୦୨୭୯୬ ରେ ପହଞ୍ଚିଥିବା ଜଣାଯାଇଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.