ଆଜି ରାଜ୍ୟରେ ସୁସ୍ଥହେଲେ ୧୨୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର (କେନ୍ୟୁଜ୍): ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ଆଉ ୧୨୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୯୩ ହଜାର ୭୪୧ ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।


ଆଜି ସୁସ୍ଥ ହୋଇଥିବା ୧୨୬୪ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧ ଜଣ, କଟକ ୭୪ , ବରଗଡ଼ ୫୭, ସୁନ୍ଦରଗଡ଼ ୭୯, କଳାହାଣ୍ଡି ୨୫, ଜଗତସିଂହପୁର ୫୯, ନୂଆପଡା ୬୧, କେନ୍ଦୁଝର ୭୪, ମୟୁରଭଞ୍ଜ ୬୫, ବାଲେଶ୍ଵର ୭୬ ଓ ପୁରୀରୁ ୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିପରି ଅନୁଗୁଳରୁ ୧୧୦ ଜଣ, ଭଦ୍ରକ ୨୦, ବଲାଙ୍ଗୀର ୭୬, କେନ୍ଦ୍ରାପଡା ୪୪, ସମ୍ବଲପୁର ୩୦, ଯାଜପୁର ୨୮, ଝାରସୁଗୁଡା ୧୨, ମାଲକାନଗିରି ୬, ନବରଙ୍ଗପୁର ୧୮, ଢେଙ୍କାନାଳ ୩୮, ସୋନପୁର ୮, ଗଂଜାମ ୨୨ ଓ କୋରାପୁଟରୁ ୨୦ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.