ରାଜ୍ଯରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ଯରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ। ଗଞ୍ଜାମରୁ ୨୦,କେନ୍ଦ୍ରାପଡାରୁ ୫,ବାଲେଶ୍ବର ଏବଂ ଭଦ୍ରକରୁ ୨-୨ ଏବଂ ନୟାଗଡରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୭ ଜଣ ଆରୋଗ୍ୟ ଲାଭ କଲେଣି ।

ସୂଚନା ଥାଉକି ଗତକାଲି ରାଜ୍ୟରେ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୪୦, ଜଗତସିଂହପୁରରେ ୫, ମୟୂରଭଞ୍ଜରେ ୪, ଭୁବନେଶ୍ୱର ୩, ବଲାଙ୍ଗିରରୁ ୨ଜଣ ସୁସ୍ଥ ହୋଇଥିଲେ । ସେହିପରି ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡାରୁ ଜଣେ ଲେଖାଏ ଆରୋଗ୍ୟ ଲାଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.