ଆଜି ରାଜ୍ୟରେ ସୁସ୍ଥ ହେଲେ ୯୦୫ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ୨୪ ଘଣ୍ଟାରେ ରାଜ୍ୟରେ ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୯୨ ଜଣ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରୁ ୬୦, କଟକ ୫୯, ମୟୁରଭଞ୍ଜ ୪୯, ଖୋର୍ଦ୍ଧା ୪୮, ଜଗତସିଂହପୁର ୪୩, ସମ୍ବଲପୁର ୪୩, କଳାହାଣ୍ଡି ୪୧, ନୂଆପଡା ୪୦, ଅନୁଗୁଳ ୩୯, ଯାଜପୁରରୁ ୩୯ ଜଣ ସୁସ୍ଥ ହୋଇଛନ୍ତି ।


ସେହିପରି କେନ୍ଦ୍ରାପଡ଼ା ଓ ପୁରୀରୁ ୩୯ ଜଣ ଲେଖାଏଁ, ବୌଦ୍ଧରୁ ୩୨, ବାଲେଶ୍ଵର ୨୭, ବରଗଡ଼ ୨୭, ବଲାଙ୍ଗୀର ୨୬, ନୟାଗଡ଼ ୨୨, ଝାରସୁଗୁଡା ୨୦, ଗଂଜାମ ୧୭, ନବରଙ୍ଗପୁର ୧୪, ମାଲକାନଗିରି ୧୨, ଢେଙ୍କାନାଳ ୧୧, ଭଦ୍ରକ ୧୦, କୋରାପୁଟ ୧୦, କନ୍ଧମାଳରୁ ୯, ସୋନପୁର ୮, ଦେବଗଡ ଓ ଗଜପତିରୁ ୪, ରାୟଗଡ଼ାରୁ ୨ ଜଣ ଏବନ ଷ୍ଟେଟପୁଲରୁ ୨୦ ଜଣ ସୁସ୍ଥ ହୋଇଛନ୍ତି ।


ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ୮୧୩କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଜରିଆରେ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.