Below header

ବାହାରିଲା ଆଣ୍ଟି କରୋନା ନାଜାଲ ସ୍ପ୍ରେ : ଆଣ୍ଟିବଡିଜ୍‌ରେ ତିଆରି ହୋଇଛି ଇନ୍‌ହେଲର, ନାକରେ ହିଁ ରୋକିଦେବ କରୋନା ଭାଇରସ୍‌କୁ

ଓ୍ଵାଶିଂଟନ୍‌ : ଆମେରିକାର ଗବେଶକମାନେ ଏବେ ଏପରି ଏକ ନାଜାଲ୍‌ ଡ୍ରପ୍ସ ବିକଶିତ କରିଛନ୍ତି । ଯାହା କରୋନା ଭାଇରସ୍‌କୁ ନାକରେ ହିଁ ରୋକିଦେବ । ଫଳରେ ଭାଇରସ୍‌ ଆଉ ଶରୀର ଭିତରକୁ ପ୍ରବେଶ କରି ପାରିବ ନାହିଁ । ଏମିତି ଦାବି କରିଛନ୍ତି ଆମେରିକାର ଗବେଷକମାନେ । ନେନୋବଡିଜରେ ତିଆରି ହୋଇଥିବା ଏହି ନାଜାଲ୍‌ ଡ୍ରପ୍ସ୍‍ ନାକରେ ପ୍ରବେଶ କରିଥିବା କରୋନା ଭାଇରସ୍‌ ଉପର ଥିବା ପ୍ରୋଟିନ୍‌ ପରସ୍ତକୁ କଳା ପକାଇ ଦେବ । ଯାହାଦ୍ୱାରା ଭାଇରସ୍‌ ଆଉ ବିକଶିତ ହୋଇପାରିବ ନାହିଁ । କିମ୍ବା ଶରୀର ଭିତରକୁ ପ୍ରବେଶ କରିପାରିବ ନାହିଁ । ନାକରେ ଏହି ସ୍ପ୍ରେ କୁ ପକାଇବା ଦ୍ୱାରା ଭାଇରସ୍‌କୁ ନାକରେ ପହଞ୍ଚିବାକୁ ଦେବ ନାହିଁ ଏହି ସ୍ପ୍ରେ ବୋଲି କହିଛନ୍ତି ଗବେଷକମାନେ ।

nasal-1

କରୋନା ଆଣ୍ଟିବଡିଜ୍‌ରେ ହୋଇଛି ସ୍ପ୍ରେ ତିଆରି

କରୋନା ଭାଇରସକୁ ପ୍ରୋଟିନ୍‌ ସହାୟତାରେ ରୋକୁଥିବା ଏହି ନାଜାଲ୍‌ ସ୍ପ୍ରେ କାଲିଫର୍ଣ୍ଣିଆ ୟୁନିଭରସିଟିରେ ପ୍ରସ୍ତୁତ କରାଯାଇଛି । ଏହି ସ୍ପ୍ରେ ତିଆରି କରିବାରେ ଆଣ୍ଟିବଡିଜ୍‌ର ଉପଯୋଗ କରାଯାଇଛି ବୋଲି ଗବେଷକମାନେ ମତ ଦେଇଛନ୍ତି । ପ୍ରଥମେ ଆଣ୍ଟିବଡିଜ୍‌କୁ ନେନୋବଡିଜରେ ପ୍ରସ୍ତୁତ କରାଯାଇ ଏହି ସ୍ପ୍ରେକୁ ତିଆରି କରାଯାଇଛି । ଏହାର ପ୍ରଭାବ ମୁଖ୍ୟତଃ ଭାଇରସ୍‌ର ବାହାରସ୍ତରରେ ଥିବା ପ୍ରୋଟିନ୍‌ ଉପରେ କାମ କରଥାଏ । ଓଟ ଓ ଲାମା ଭଳି ଜୀବଙ୍କ ଠାରୁ ଏହି ଆଣ୍ଟିବଡିଜକୁ ବିକଶିତ କରି ଏହି ସ୍ପ୍ରେକୁ ତିଆରି କରାଯାଇଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତି

ଏହାକୁ ପ୍ରସ୍ତୁତ କରିଥିବା ଗବେଷକମାନେ ଏହି ସ୍ପ୍ରେର ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ପାଇଁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ଶତ ପ୍ରତିଶତ ସଫଳ ହୁଏ । ତେବେ କରୋନା ଭାଇରସ୍‌ ମହାମାରୀକୁ ସହଜରେ ରୋକାଯାଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.