ଗାଁକୁ ରାସ୍ତା ନଥିବାରୁ ପୁଣି ଭାରରେ ବୁହା ହେଲେ ଗର୍ଭବତୀ, ଜନ୍ମ ଦେଇଥିବା ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

କୋରାପୁଟ (କେନ୍ୟୁଜ ବ୍ୟୁରୋ) : ଗାଁକୁ ରାସ୍ତା ନଥିବାରୁ ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ଆମ୍ବୁଲାନ୍ସ ନଆସିପାରିବାରୁ ଗ୍ରାମବାସୀଙ୍କ ସହଯୋଗରେ ଗର୍ଭବତୀ ମହିଳାଙ୍କୁ ଭାରାରେ ଭୋଇ ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସରେ ଦଶମନ୍ତପୁର ମେଡିକାଲରେ ଭର୍ତ୍ତି କରିଥିଲେ ଆଶାକର୍ମୀ ।

କୋରାପୁଟ ଦଶମନ୍ତପୁର ବ୍ଲକ୍‌ ଚିକାମ୍ବ ପଞ୍ଚାୟତ ଝୋଲାଗୁଡ଼ାର ରୁପାଳି ସାଉନ୍ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଗାଁଠୁ ୩ କିମି ଦୂର ଧର୍ମଗୁଡ଼ା ଛକ ପର୍ଯ୍ୟନ୍ତ ଭାରାରେ ବୋହି ନେଇଥିଲେ ଗ୍ରାମବାସୀ । ହେଲେ ସଂପୃକ୍ତ ମହିଳା ଜଣକ ଯାଆଁଳା ଶିଶୁ ଜନ୍ମ କରିଥିବା ବେଳେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ବେଳେ ମା ଓ ଶିଶୁ କନ୍ୟାର ସ୍ୱାସ୍ଥବସ୍ଥ୍ୟା ଭଲ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.