Below header

୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା, ରାକ୍ଷସମାନେ ଝିଅର ଆଖି ଫୁଟାଇଦେବା ସହ ଛିଣ୍ଡାଇ ଦେଇଛନ୍ତି ଜିଭ

ପୁଣିଥରେ ଝଡ଼ି ପଡ଼ିଛି ଏକ କଅଁଳ କଳିକା। ପାଶବିକ ଅତ୍ୟାଚାର ପରେ ଆଖିବୁଜିଛି ଏକ ୧୩ ବର୍ଷର କୁନି ଝିଅ। ଜୀବନ କ’ଣ ବୁଝିବା ପୂର୍ବରୁ ନିଜ କାମନା ଚରିତାର୍ଥ କରିବା ପାଇଁ ରାକ୍ଷସମାନେ ଖିନ୍‌ଭିନ୍‌ କରି ଖାଇଯାଇଛନ୍ତି ତା’ ଶରୀରକୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଲଖୀମପୁରର ଖିରିଠାରେ।

ସବୁଦିନ ଭଳି ୧୩ ବର୍ଷର ମିତାଲି(ଛଦ୍ମନାମ) ବାଡ଼ିପଟ ଆଖୁ କିଆରୀକୁ ଶୌଚ ପାଇଁ ଯାଇଥିଲା। ଗଲା ବେଳେ ମା’କୁ କହିକି ଯାଇଥିଲା ଅଳ୍ପ ସମୟ ଭିତରେ ଫେରିଆସିବି। ମା’ ଭାବିଥିଲେ ସବୁ ଦିନ ତ ଯାଉଛି ଆଜି ବି ଯିବ। ଏଣୁ ଆଉ କିଛି ପଚାରିନଥିଲେ। ମାତ୍ର ଘଣ୍ଟାଏ ଯାଇ ଦି ଘଣ୍ଟା ବିତିଲା। କିନ୍ତୁ ଝିଅ ଫେରିଲା ନାହିଁ। ସାଙ୍ଗ ଦେଖାହୋଇଯାଇଥିବେ ଗପୁଥିବ ଭାବି ମା’ ବି ଖୋଜିଲେନି। କିନ୍ତୁ ରାତି ହେଲା ପଛେ ଝିଅ ଫେରିଲା ନାହିଁ। ଶେଷରେ ମିତାଲିର ବାପାଙ୍କୁ ଝିଅ ଶୌଚ ହେବାକୁ ଯାଇ ଫେରିନି ବୋଲି କହିଥିଲେ ମା’।

crime

ଉଭୟେ ମା’ ବାପା ମିଶି ଝିଅକୁ ଖୋଜିବାକୁ ଗଲାରୁ କିଛି ବାଟ ଦୂରରେ ଝିଅକୁ ପାଇଲେ କିନ୍ତୁ ପିଣ୍ଡରେ ନଥିଲା ପ୍ରାଣ। କେବଳ ଏତିକି ନୁହେଁ ରାକ୍ଷସମାନେ ଝିଅକୁ ଖିନ୍‌ଭିନ୍‌ କରି ଦୁଷ୍କର୍ମ କରିବା ପରେ ତା’ ଆଖି ଦୁଇଟିକୁ ଫୁଟାଇ ଦେଇଥିଲେ। ଏତିକିରେ ଥମିନଥିଲା ପାଶବିକତା। ମିତାଲିର ବେକରେ ଏକ ଗାମୁଛା ବି ବନ୍ଧା ହୋଇଥିଲା ଓ ଜିଭ ବି କାଟିଦିଆଯାଇଥିଲା। ଝିଅକୁ ଏମିତି ଅବସ୍ଥାରେ ଦେଖି ତା’ ବାପା ମା’ ଯେମିତି ସ୍ତବ୍ଧ ହୋଇଯାଇଥିଲେ।

crime3

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିତାଲିର ବାପାଙ୍କ କହିବାନୁସାରେ ସେ ଯାହା ଉପରେ ସନ୍ଦେହ କରୁଛନ୍ତି ସେ ଘଟଣାସ୍ଥଳରେ ଉପସ୍ଥିତ ଥିଲା। ଏମାନେ ଝିଅ ପାଖରେ ପହଞ୍ଚିବା ବେଳକୁ ସେ ସେଠାରୁ ଯାଉଥିବା ଦେଖିଥିଲେ। ଏଣୁ ସେ ହିଁ ହତ୍ୟାକାରୀ ବୋଲି ସେ ବୟାନରେ କହିଛନ୍ତି। ଏଥିସହ ଜଗଦୀଶ, ସନ୍ତୋଷ ଓ ସଞ୍ଜୟ ନାଁରେ ଧାରା ୩୦୧, ୨୦୧ ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ପୋଷ୍ଟମର୍ଟମ ପରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେବାରୁ ଏବେ ଏଥିରେ ଧାରା ୩୭୬ ଡି ମଧ୍ୟ ଯୋଡ଼ାଯାଇଛି। ତେବେ ଅଭିଯୁକ୍ତଙ୍କୁ ଏକ ନିରୀହ ଶିଶୁକୁ ହତ୍ୟା କରିଥିବାରୁ ସେମାନଙ୍କୁ କଡ଼ା ଦଣ୍ଡ ନିଶ୍ଚୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଲଖିମପୁର ଖୀରୀର ଏସ୍‌ପି ସତ୍ୟେନ୍ଦ୍ର କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.