କୋଭିସିଲ୍ଡ ଟିକା ନେଲା ପରେ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି , ସିରମ୍‌ ସିଇଓଙ୍କ ବିରୋଧରେ ମାମଲା ଦାଏର କଲେ ଲକ୍ଷ୍ନୌ ବ୍ୟବସାୟୀ

ଲକ୍ଷ୍ନୌ :  କୋଭିସିଲ୍ଡ ଟିକା ନେବା ପରେ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହେଉନାହିଁ ବୋଲି ଏପରି ଅଭିଯୋଗ ଆଣିଛନ୍ତି ଲକ୍ଷ୍ନୌର ଜଣେ ବ୍ୟବସାୟୀ । ଟିକାର କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚୀ ଉଠାଇ ଉକ୍ତ ବ୍ୟବସାୟୀ ଜଣକ କୋଭାସିଲ୍ଡ ଟିକା ନିର୍ମାତା କମ୍ପାନି, ଆସିଏମ୍‌ଆର୍‌, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ବିରୋଧରେ ମାମଲା ଦାୟର କରିଛନ୍ତି ।

ଲକ୍ଷ୍ନୌର ପ୍ରତାପ ଚନ୍ଦ୍ର ନାମକ ଏହି ବ୍ୟବସାୟୀ ଜଣକ ଅଧିକାଂଶ ସମୟ ବ୍ୟବସାୟ କାମରେ ଟୁରରେ ରୁହନ୍ତି । ସେ ଏପ୍ରିଲ ମାସରେ କୋଭିସିଲ୍ଡର ପ୍ରଥମ ଡୋଜ ନେଇଥିଲେ । ହେଲେ ପରେ ସରକାର ଟିକାର ଦ୍ୱିତୀୟ ଡୋଜ୍‌ ସମୟ ସୀମା ବଢ଼ାଇ ଦେଇ ୬ ସପ୍ତାହରୁ ୧୨ ସପ୍ତାହକୁ ବୃଦ୍ଧି କରିଥିବା ଘୋଷଣା କରିଥିଲେ । ଫଳରେ ସେ ଟିକା ନେବା ପରେ କେତେ ଆଣ୍ଟିବଡି ତାଙ୍କ ଶରୀରରେ ବିକଶିତ ହୋଇଛି ବୋଲି ଏକ ସରକାରୀ ଅନୁମୋଦିତ ଲାବୋରେଟୋରୀରେ ପରୀକ୍ଷା କରିଥିଲେ ।

ହେଲେ ତାଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇନଥିବା ସେ ଜାଣିବାକୁ ପାଇଥିଲେ । ବରଂ ତାଙ୍କର ବ୍ଲଡ ପାଟେଲେଟ୍‌ ସଂଖ୍ୟା କମିଯାଇଥିଲା । ଏହି ଟିକା ନେବା ପରେ ତାଙ୍କର ବ୍ଲଡ ପାଟେଲେଟ୍‌ କମିବା ସହ ଆଣ୍ଟିବଡ଼ି ବଢ଼ି ନଥିବାରୁ ସେ ଅଧିକ ସଂକ୍ରମଣ ପ୍ରବଣ ଆଶଙ୍କା କରିଥିବା ଅଭିଯୋଗ କରିଛନ୍ତି ।

ଏନେଇ ସେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ର ସିଇଓ ଆଦର ପୁନଓ୍ଵାଲା, ଆଇସିଏମ୍‌ଆର୍‌ ଡାଇରେକ୍ଟର ବଳରାମ ଭାର୍ଗବ, who ମାନେଜିଂ ଡାଇରେକ୍ଟର ଡା. ଟ୍ରେଡସ୍‌ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ଵାଲ୍‌ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଅପର୍ଣ୍ଣା ଉପାଧ୍ୟୟଙ୍କ ନାମରେ ଆସିଆନା ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେ କୋର୍ଟ ଯିବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.