ସାଂଘାଇ ସ୍ଥିତି ସାଂଘାତିକ: ସଂକ୍ରମଣ ବଢିବାରୁ ସମଗ୍ର ସହର ସିଲ୍‌, ଖାଦ୍ଯ ନପାଇ ଆତ୍ମହତ୍ୟା କରୁଛନ୍ତି ଲୋକେ !

କେନ୍ୟୁଜ: ସାଂଘାଇ ସ୍ଥିତି ସାଂଘାତିକ। ସଂକ୍ରମଣ ବଢିବାରୁ ସମଗ୍ର ସହରକୁ ସିଲ୍‌ କରାଯାଇଛି। କଡା ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ପାଖରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଏଭଳି ସ୍ଥିତିରେ ଖାଦ୍ୟ ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ସାଂଘାଇରେ ୨୬ ନିୟୁତ ଲୋକ ଏବେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ରେ ରହିଥିବାରୁ ମାନବୀୟ ସଙ୍କଟ ମଧ୍ୟ ଉପୁଜିଛି।

ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚୁନଥିବାବେଳେ ଔଷଧପତ୍ର ମଧ୍ୟ ଉପଲବ୍ଧ ହେଉନାହିଁ। ଖାଦ୍ୟ ଅଭାବରୁ ଛୋଟ ଧରଣର ଦଙ୍ଗା ଓ ଆନ୍ଦୋଳନ ମଧ୍ୟ ହେଉଛି। କିଛି ଲୋକ କ୍ଷୁଧାରୁ ବର୍ତ୍ତିବା ପାଇଁ କିଛି ଲୋକ ଆତ୍ମହତ୍ୟା କରିଦେଉଥିବା ଅଭିଯୋଗ ହେଉଛି।

ଚୀନ୍‌ରେ ସମଗ୍ର ରାଜ୍ୟକୁ ସଂକ୍ରମଣ ବ୍ୟାପିଗଲାଣି। ଗୁରୁବାର ୨୯ହଜାର ୪୧୧ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଲକ୍‌ଡାଉନ୍‌କୁ ବିରୋଧ କରି ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.