କରୋନା ଭାଇରସ୍‌ ଭ୍ୟାକ୍‌ସିନ୍‌କୁ ନେଇ ବିଲ୍‌ ଗେଟ୍‌ସ୍‌ଙ୍କ ବଡ଼ ବୟାନ୍‌

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଭ୍ୟାକ୍‌ସିନ୍‌ ପାଇଁ ସାରା ବିଶ୍ୱରେ ଗବେଷଣା ଜାରି ରହିଛି । ବୈଜ୍ଞାନିକମାନେ ଭ୍ୟାକ୍‌ସିନ ନିର୍ମାଣ ପାଇଁ ରାତି ଦିନ ଏକ କରିଦେଇଛନ୍ତି । କିଛି ଦେଶ ଭ୍ୟାକ୍‌ସିନ୍‌ ସଫଳ ପରୀକ୍ଷଣର ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ପହଞ୍ଚି ସାରିଛନ୍ତି । ତେବେ କରୋନା ଭ୍ୟାକ୍‌ସିନ୍‌କୁ ନେଇ ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବହୁତ ବଡ଼ କଥା କହିଛନ୍ତି ।

ବର୍ତ୍ତମାନ ସମୟରେ ସେ କହିଛନ୍ତି ଯେ କୈାଣସି ବି ଭ୍ୟାକ୍‌ସିନ୍‌ର ଗୋଟିଏ ଡୋଜ୍‌ରେ କରୋନା ଭଲ ହୋଇଯିବା ସମ୍ଭବ ନୁହେଁ । ସେଥିପାଇଁ ରୋଗୀକୁ ଭ୍ୟାକ୍‌ସିନ୍‌ର ଅଧିକ ଡୋଜ୍‌ ନେବାକୁ ପଡ଼ିବ ବୋଲି ଶ୍ରୀ ଗେଟ୍‌ସ କହିଛନ୍ତି । ବିଲ୍‌ ଗେଟ୍‌ସ ଫାଉଣ୍ଡେସନ୍‌ କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପାଇଁ ବିଶ୍ୱର ବିଭିନ୍ନ ଗବେଷଣା କେନ୍ଦ୍ରକୁ ୩୦ କୋଟି ଡଲାରର ଆର୍ଥିକ ସହାୟତା ଦେଇଛନ୍ତି ।

vaccine-18

ତେବେ କରୋନା ମହାମାରୀ ମୁକାବିଲା ପାଇଁ ଏକ ସୁରକ୍ଷିତ ଓ ପ୍ରଭାବଶାଳୀ ଭ୍ୟାକ୍‌ସିନ୍‌ର ତୁରନ୍ତ ଆବଶ୍ୟକତା ରହିଛି । ଗେଟ୍‌ସ କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ଭାରତର ମେଡିସିନ୍‌ ଉଦ୍ୟୋଗ ଉପରେ ବଡ଼ ଭରସା କରିଛନ୍ତି । ଭାରତ କେବଳ ନିଜ ଦେଶ ସହ ସାରା ବିଶ୍ୱକୁ କରୋନା ଭ୍ୟାକ୍‌ସିନ୍‌ ଯୋଗାଇବାରେ ସକ୍ଷମ ବୋଲି ଗେଟ୍‌ସ କହିଛନ୍ତି ।

ଭାରତ ଏକ ବଡ଼ ଜନସଂଖ୍ୟା ସମ୍ବଳିତ ଦେଶ ହୋଇଥିବାରୁ କରୋନା ପାଇଁ ତା’କୁ ବଡ଼ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେଣୁ ବର୍ତ୍ତମାନ ପାଇଁ ସାରା ବିଶ୍ୱକୁ କରୋନା ଭ୍ୟାକ୍‌ସିନ ଦରକାର । ଏଥିପାଇଁ କୋଟି କୋଟି ସଂଖ୍ୟାରେ ଭ୍ୟାକ୍‌ସିନ୍‌ ପ୍ରସ୍ତୁତିର ଆବଶ୍ୟକତା ରହିଛି । ତେଣୁ ଅତି ଶୀଘ୍ର ଭ୍ୟାକ୍‌ସିନ୍‌ ବଜାରକୁ ଆସିବା ଜରୁରୀ ବୋଲି ଗେଟ୍‌ସ କହିଛନ୍ତି । ପ୍ରକାଶଯୋଗ୍ୟ ଯେ ଏବେ ବିଶ୍ୱରେ ୧୫୦ରୁ ଅଧିକ ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.