ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ପାସ୍‌ ହାର ରହିଛି ୭୮ ଦଶମିକ ୭୬ ପ୍ରତିଶତ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷର ପାସ୍‌ ହାର ରହିଛି ୭୮ ଦଶମିକ ୭୬ ପ୍ରତିଶତ । ଏଥର ପୁଣି ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ । ୮୧ ଦଶମିକ ୯୮ ପ୍ରତିଶତ ଝିଅ ପାସ ହୋଇଥିବା ବେଳେ ୭୭ ଦଶମିକ ୮ ପ୍ରତିଶତ ପୁଅ କୃତକାର୍ଯ୍ୟ ହୋଇଛନ୍ତି । ଏଥର ମୋଟ୍‌ ୪ ଲକ୍ଷ ୨୧ ହଜାର ୨୫୬ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ଗ୍ରେଡ A1ରେ ୧ ହଜାର ୨୭୯, A2ରେ ୮୪୫୮, B1ରେ ୧୮୧୮୮, B2ରେ ୩୧୩୨୮, Cରେ ୪୯୧୫୩, D-୮୯୫୫୬ ଏବଂ ୨ ଲକ୍ଷ ୨୩ ହଜାର ୧୯୫ ହଜାର E ଗ୍ରେଡ ମିଳିଛି । ୬୭୮ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩୧ଟି ସ୍କୁଲରେ ପାସ୍‌ହାର ଶୂନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.