Below header

କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍: ସର୍ତ୍ତମୂଳକ ଭାବେ ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ମଦ ଦୋକାନ ଖୋଲିବାକୁ ଅନୁମତି, ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା

ଭୁବନେଶ୍ବର: କେଉଁଠି ଖୋଲିବ ମଦ ଦୋକାନ ? ଆସନ୍ତା ୪ ତାରିଖରୁ କେଉଁ ଅଞ୍ଚଳରେ ମିଳିବ ମଦ ? ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌ ଅନୁସାରେ ସର୍ତ୍ତମୂଳକ ଭାବେ ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ରେଡ୍‌ ଜୋନ୍‌କୁ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି । ତେବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି ।

wineକେନ୍ଦ୍ରର ଗାଇଡ୍‌ ଲାଇନ୍‌ ଅନୁସାରେ ସର୍ବସାଧାରଣ ସ୍ଥାନରେ ମଦ ପିଇବା ଓ ଗୁଟ୍‌ଖା, ପାନ ଆଦି ଖାଇ ହେବ ନାହିଁ । ହେଲେ ମଦ, ପାନ, ଗୁଟଖା ଆଦି ଦୋକାନ ଖୋଲିବ । ୬ ଫୁଟର ସାମାଜିକ ଦୂରତା ରଖି ବିକ୍ରି କରିହେବ । ଗୋଟିଏ ଦୋକାନରେ ୫ ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ । ଲକଡାଉନ ପରେ ମଦ ବିକ୍ରି ବନ୍ଦ ରହିଛି । ଏକ ମାସ ମଧ୍ୟରେ ପ୍ରାୟ ୪୦୦କୋଟି ରାଜସ୍ୱ ହରାଇଛନ୍ତି ରାଜ୍ୟ ସରକାର । ୨୦୧୮-୧୯ ମସିହାରେ ଅବକାରୀ ବିଭାଗ ୫ ହଜାର ୫୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.