Below header

ଭୋପାଲ ଗ୍ୟାସ ଟ୍ରାଜେଡ଼ିରୁ ବର୍ତ୍ତିଗଲେ ସିନା, କରୋନା ନେଲା ଜୀବନ

ବର୍ତ୍ତମାନ ସମୟରେ ଦେଶ ସାରା କରୋନା ଯେମିତି ନିଜ କାୟା ବିସ୍ତାର କରିବାରେ ଲାଗିଛି । ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ ତାଲିକାର ଶୀର୍ଷରେ ମହାରାଷ୍ଟ୍ର ଥିବା ବେଳେ ତା ପଛକୁ ଅଛନ୍ତି ଗୁଜୁରାଟ,ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରରେ ଏଯାବତ କରୋନା ଜନିତ କାରଣରୁ ପାଖାପାଖି ୧୫ ଜଣଙ୍କର ଜୀବନ ଗଲାଣି । ଯେବେକି ସେଠାରେ ପ୍ରାୟ ୫୦୮ ଲୋକ ସଂକ୍ରମିତ ଥିବା ନେଇ ରିପୋର୍ଟ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ମୃତ୍ୟୁ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୧୩ ଜଣ ୧୯୮୪ ମସିହାର ଭୋପାଳ ଗ୍ୟାସ ଟ୍ରାଜେଡ଼ିରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ।

bhopal

“ଭୋପାଳ ଗୃପ ଫର ଇନଫର୍ମେଶନ ଏଣ୍ଡ ଏକ୍ସନ”ର ଅଧ୍ୟକ୍ଷ ରଚନା ଢ଼ୀଙ୍ଗରା ଗ୍ୟାସ ଟ୍ରାଜେଡ଼ି ପୀଡିତ ମାନଙ୍କ ପାଇଁ କାମ କରୁଥିବା ସଂଗଠନ ଗୁଡିକୁ ହିଁ ଏବାବଦରେ ତଥ୍ୟ ଦେଇଛନ୍ତି । ରଚନା ଏହା ମଧ୍ୟ କହିଛନ୍ତି କି, ଜିଲ୍ଲାରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଗ୍ୟାସ ଟ୍ରେଜେଡି ଘଟଣାରେ ସେ ସମୟରେ ବର୍ତ୍ତିଯାଇଥିବା ଲୋକଙ୍କୁ କରୋନା ଭାଇରସ ସବୁଠୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ଅଛି ।

ରଚନାଙ୍କ ଦ୍ୱାରା ପରିଚାଳିତ ସଂଗଠନ ଏବଦରେ ମାର୍ଚ୍ଚ ୨୧ ତାରିଖରେ ହିଁ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ ସୁଦ୍ଧା ତଥାପି ସରକାର ଏବାବଦରେ ସେପରି କୌଣସି ପଦକ୍ଷେପ ନେଇ ନଥିବା ନେଇ ସେ ଅଭିଯୋଗ କରିଛନ୍ତି । କାରଣ ଏହି ପୀଡିତ ମାନଙ୍କ ଭିତରେ ଅଧିକ ସଂଖ୍ୟାରେ କିଡ୍ନୀ, ଫୁସଫୁସ, ହୃଦଘାତ ଜନିତ ରୋଗରେ ପୀଡିତ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.