କରୋନା ମୃତକଙ୍କ ଶବକୁ ଧରି ହସପିଟାଲରେ ଡ୍ୟାନ୍ସ ଟିକଟକ୍‌ ଭିଡିଓ ବନାଇଲେ ନର୍ସ, ଦେଖନ୍ତୁ ଭାଇରାଲ ଭିଡିଓ

ସମଗ୍ର ବିଶ୍ୱରେ କରୋନାକୁ ନେଇ ହାହାକାର ଦେଖାଦେଇଛି। ଏହି କରୋନା ଭାଇରସ ସମଗ୍ର ବିଶ୍ୱର ଲକ୍ଷାଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଏହି ଭାଇରବ୍ୟାପିବା ରୋକିବା ପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ବିଶ୍ୱର ବିଭିନ୍ନ ହସପିଟାଲରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କର ସେବା କରିବାରେ ଲାଗିଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ଗରମ ହୋଇଯିବ। ଏହି ଭିଡିଓରେ ନର୍ସ କରୋନା ମୃତକଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏମାନେ କଭରରେ ଘୋଡା ହୋଇଥିବା ଜଣେ କୋଭିଡ-୧୯ ମୃତକଙ୍କୁ କାନ୍ଧେଇ ଆଣିଲା ବେଳେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

ସୂଚନା ମୁତବାକ, ପ୍ୟୁଟ୍ରୋ ରିକୋର ଏକ ହସ୍‌ପିଟାଲରେ ନର୍ସମାନଙ୍କର ଏହି ଟିକଟିକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି। ଏହି ଭିଡିଓ ଭାଇରାଲ ହେବା ପରେ ନର୍ସମାନଙ୍କ ଉପରେ ଲୋକମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଏହି ଭିଡିଓ ଭାଇରାଲ ହେବା ପରେ ଏହା ମିଥ୍ୟା ବୋଲି କୁହାଯାଉଛି। କୁହାଯାଉଛି କି, କୌଣସି ବ୍ୟକ୍ତି ମିଛରେ ମରିବାର ଅଭିନୟ କରୁଥିବା ବେଳେ ନର୍ସମାନେ ଟିକଟକ୍‌ ଭିଡିଓ ପାଇଁ ଏପରି କରିଥିଲେ। କେବଳ ଏତିକି ନୁହେଁ, ଏମାନଙ୍କୁ ନେଇ ଅନେକ ମିମିଜ ମଧ୍ୟ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.