Below header

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି, ଗତକାଲି ମୋଟ୍‌ ୪୦୮ଟି ନମୁନା ପରୀକ୍ଷାରୁ ୪୦୨ଟି ଆସିଥିଲା ନେଗେଟିଭ୍‌

ଭୁବନେଶ୍ବର: ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ । ଗତକାଲି ଗୋଟିଏ ଦିନରେ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ସକାଳେ ଦୁଇ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିବା ବେଳେ ରାତିରେ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ସଂପର୍କରେ ଖୁବ୍‌ ଶୀଘ୍ର ସୂଚନା ଦିଆଯିବ ବୋଲି କୁହାଯାଇଛି ।

ଗତକାଲି ମୋଟ୍‌ ୪୦୮ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଥିରୁ ୪୦୨ଟି ନେଗେଟିଭ୍‌ ଆସିଥିଲା । ଗତକାଲି ୬ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଏବେ ୪୫ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦୁଇ ଜଣ । ଏହାରି ଭିତରେ ଆଠଟି ଜିଲ୍ଲାରୁ ଚିହ୍ନଟ ହେଲେଣି କରୋନା ପଜିଟିଭ୍‌ । ଖୋର୍ଦ୍ଧାରୁ ସର୍ବାଧିକ ୩୫, ଭଦ୍ରକରୁ ୩ ଜଣ । ସେହିପରି କଟକ, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍‌ ଅଛନ୍ତି । ମୋଟ୍‌ ୨ ହଜାର ୮୪୧ଟି ନମୁନା ପରୀକ୍ଷା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.