Below header

ଭାରତରେ ୧୯୯ଟି ମୁଣ୍ଡ ନେଲାଣି ମହାମାରୀ କରୋନା, ଗତ ୨୪ଘଣ୍ଟାରେ ଯାଇଛି ୨୦ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଭାରତରେ ସଂକ୍ରମଣ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ଆଜି ସୁଦ୍ଧା ୬ ହଜାର ୪୧୨ ଛୁଇଁଛି ଆକ୍ରାନ୍ତ ସଂଖ୍ୟା । ୫୦୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲରେ ୫ ହଜାର ୭୦୯ ଜଣ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ନମୂନା ପରୀକ୍ଷା ସରିଛି । ଏଥିରୁ ୫ ହଜାର ୭୩୪ଟି ପଜିଟିଭ୍‌ ବାହାରିଛି । ପଜିଟିଭ୍‌ ହାର ୩ ରୁ ୫ ପ୍ରତିଶତ ମଧ୍ୟରେ ଅଛି । ମହାରାଷ୍ଟ୍ରରେ ୧୩୬୪, ମୁମ୍ବାଇରେ ୭୭୫, ତାମିଲନାଡୁ ୭୩୮, ଦିଲ୍ଲୀରେ ୬୬୯ ଜଣ କରୋନାରେ ଆକ୍ରାନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.