ଆମେରିକାରେ ୨୪ ଘଣ୍ଟାରେ ୧୭୮୩ ମୃତ, ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୯୦ ହଜାରକୁ କଲା ପାର

କାରୋନା ଭାଇରସ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ ୧୯୨ ଦେଶରେ ଏବେ ସୁଦ୍ଧା ୯୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ୧୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି, ସେହିପରି ୩ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ସାରା ବିଶ୍ୱରେ ଆମେରିକାର ସ୍ଥିତି ଏବେ ଗମ୍ଭୀର ରହିଛି। ଯେଉଁଠାରେ ୧୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ସେହିପରି ଚୀନରେ ପୁଣି ଆତଙ୍କ ଖେଳାଇଲାଣି ଘାତକ ମହାମାରୀ କାରୋନା ଭାଇରସ।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ ୨୪ ଘଣ୍ଟାରେ ୧୭୮୩ ଲୋକଙ୍କର ମୃତ୍ୟୁ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ବଢି ୧୬ ହଜାରରେ ପହଁଚିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.