ଗୁଜରାଟ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ କରୋନା ହୋଇଥିବା ନେଇ ସନ୍ଦେହ, ଆଜି ହେବ ଟେଷ୍ଟ

ଘାତକ କରୋନା ଭାଇରସ ସଂକ୍ରମଣକୁ ନେଇ ଗୁଜରାଟ ସରକାରଙ୍କୁ ଚିନ୍ତା ଘାରିଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି, ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସମେତ ରାଜ୍ୟର ଉଚ୍ଚ ଅଧିକାରୀମାନଙ୍କଠାରେ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ଆଜି ସିଏମଙ୍କ ରୂପାଣିଙ୍କ କରୋନା ଟେଷ୍ଟ ହେବ। ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ବାସଗୃହର ସାନିଟାଇଜେସନ ମଧ୍ୟ ଆରମ୍ଭ କରି ଦିଆଯାଇଛି।

ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ କରୋନା ଭାଇରସ ସଂକ୍ରମଣର ସନ୍ଦେହକୁ ନେଇ ଏବେ ରାଜ୍ୟର ଜମାଲପୁର କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲାଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ରହିଛି କି, କରୋନା ଟେଷ୍ଟର ସାମ୍ପଲ ଦେବା ପରେ ବି ସେ ଲଗାତାର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଅଧିକାରୀମାନଙ୍କ ସହିତ ବୈଠକ କରୁଥିଲେ। ଏବେ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

4

କଂଗ୍ରେସ ବିଧାୟକ ଇମ୍ରାନ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଏବଂ ଗୃହ ରାଜ୍ୟ ମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ସହ ଗାନ୍ଧିନଗରସ୍ଥିତ ସଚିବାଳୟରେ ମିଶିଥିଲେ। ତେବେ ଖବର ମୁତାବକ, ଇମ୍ରାନ ନିଜ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରୁଥିଲେ। ଅନୁମାନ କରାଯାଉଛି, ସାହାଯ୍ୟ କରିବା ସମୟରେ ସେ ନିଜ ମଧ୍ୟ କରୋନା ସଂକ୍ରମିତ ହୋଇଯାଇଥିଲେ। ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ଏବଂ ସେମାନଙ୍କର ବି କରୋନା ଯାଞ୍ଚ କରିବାକୁ ପଡିବ।

ଏହାରି ଭିତରେ ଗୁଜରାଟ ସରକାର ବୟାନ ଜାରି କରି କହିଛନ୍ତି, ଇମ୍ରାନ ମିଟିଂ ବେଳେ ସିଏମ ରୂପାଣିଙ୍କ ଠାରୁ 20 ଫୁଟ ଦୂରରେ ବସିଥିଲେ। ସିଏମଓଙ୍କ ତରଫରୁ କୁହାଯାଇଛି ଯେ ଇମ୍ରାନ ବୈଠକ ପୂର୍ବରୁ ନିଜର କରୋନା ଟେଷ୍ଟ କରାଇଥିଲେ। ଏମିତିରେ ତାଙ୍କୁ ବାହାରକୁ ବାହାରିବା ଉଚିତ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.