Below header

ସାବଧାନ ! ବହୁତ ଶସ୍ତା ଦାମରେ Zoom Appରେ ବିକ୍ରି ହେଉଛି ଆପଣଙ୍କ ବ୍ୟକ୍ତିଗତ ଡାଟା

କରୋନା ଭାଇରସ ବ୍ୟାପିବା ପରେ ଜୁମ ଭିଡିଓ କନଫରେନ୍ସିଂ ଆପକୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି । କିନ୍ତୁ ଏହି ଆପ୍‍କୁ ଡାଉନଲୋଡ କରିବାର କିଛିଦିନ ପରେ ପ୍ରାଇଭେସିକୁ ନେଇ ବିବାଦ ଦେଖାଦେଇଛି । ଗୁଗଲ ଏବଂ ଟେସ୍ଲା ଭଳି ଅନେକ ବଡ କମ୍ପାନୀ ନିଜର କର୍ମଚାରୀଙ୍କୁ ଜୁମ୍‍ ବ୍ୟବହାର କରିବା ପାଇଁ ମନା କରିଦେଇଥିଲା । କିନ୍ତୁ ଏବେ ଜାଣିବାକୁ ମିଳିଛି ଯେ, ଏହି ଆପ୍ରେ ଏବେ ୫ ଲକ୍ଷ ଆକାଉଣ୍ଟ ହୋଇଥିବା ବେଳେ ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ଡାର୍କ ୱେବରେ ବିକ୍ରି କରାଯାଉଛି ।

zoom

ବ୍ଲିପିଙ୍ଗ କମ୍ପ୍ୟୁଟର ରିପୋର୍ଟରେ ଦର୍ଶାଯାଇଛି ଯେ, ଜୁମ୍‍ର ପାଞ୍ଚ ଲକ୍ଷ ଆକାଉଣ୍ଟକୁ ହ୍ୟାକ କରିଦିଆଯାଇଛି । ଏହିସବୁ ବ୍ୟକ୍ତିଗତ ଡାଟାକୁ ଡାର୍କ ୱେବ ପରେ ବହୁତ ଶସ୍ତା ଦାମ୍‍ରେ ବିକ୍ରି ହେଉଛି । ଜୁ୍‍ ଆପ ୟୁଜର୍ସଙ୍କ ଡାଟାକୁ ହ୍ୟାକର୍ସ ଫୋରମରେ ବିକ୍ରି କରୁଛି । ଏହା ବିଷୟରେ ପ୍ରଥମେ ୧ ଏପ୍ରିଲରେ ସାଇବର ସିକ୍ୟୁରିଟି ଫର୍ମ cyble ତଥ୍ୟ ପ୍ରଦାନ କରିଥିଲା ।

ରିପୋର୍ଟ ମୁତାବକ, ଜୁମ ଆପ ଜରିଆରେ ଯେଉଁ ଡାଟା ହ୍ୟାକରଙ୍କ ପାଖରେ ପହଞ୍ଚୁଛି, ସେଥିରେ ଇ-ମେଲ ଆଇଡି, ପାସୱାର୍ଡ, ମିଟିଂର ୟୁଆରଏଲ ଏବଂ ହୋଷ୍ଟ ଭଳି ବିବରଣୀ ରହିଛି । ଏଥିରେ ୨୯୦ ଆକାଉଣ୍ଟ କଲେଜ ଏବଂ ୟୁନିଭରସିଟି ସହିତ ଜଡିତ । ରିପୋର୍ଟ ମୁତାବକ, ଯେଉଁ ୟୁଜର୍ସଙ୍କ ଡାଟା ଲିକ ହୋଇଛି ସେଥିରେ ୟୁନିଭରସିଟି ଅଫ ୱମାର୍ଟ, ଡାର୍ଟମାଉଥ, ଲାଫୟେତେ, ଫ୍ଲୋରିଡା ୟୁନିଭରସିଟି, କୋଲୋରାଡୋ ବିଶ୍ୱବିଦ୍ୟାଳୟ ଏବଂ ସିଟି ବ୍ୟାଙ୍କ ଭଳି କମ୍ପାନୀର ନାମ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.