କରୋନାକୁ ନେଇ ବୟାନ ରଖିଲେ ଫିଫା ଉପାଧ୍ୟକ୍ଷ, ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚିପାରେ ସମସ୍ତ ଅନ୍ତରାଷ୍ଟ୍ରୀୟ ମ୍ୟାଚ

ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଫୁଟବଲ ଖେଳର ସର୍ବୋଚ୍ଚ ସଂସ୍ଥା ଫିଫାର ଉପାଧ୍ୟକ୍ଷ ଵିକଟର ମୋଣ୍ଟେଗାଲିଆନି କରୋନା ଭାଇରସକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ତାଙ୍କ ଅନୁଯାୟୀ ଆସନ୍ତା ୨୦୨୧ ପର୍ଯ୍ୟନ୍ତ ସମସ୍ତ ଅନ୍ତରାଷ୍ଟ୍ରୀୟ ଫୁଟ ବଲ ମ୍ୟାଚ ଗୁଡିକୁ ବାତିଲ କରି ଦିଆଯିବାର ସମ୍ଭାବନା ଅଛି । କହିରଖିବା ଉଚିତ ହେବକି, ପୂର୍ବରୁ ହିଁ ଫିଫା ତରଫରୁ ଏପ୍ରିଲ ମାସରେ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ମ୍ୟାଚକୁ ବାତିଲ କରାଯାଇଥିଲା ।

ଫିଫା ଉପାଧ୍ୟକ୍ଷ ମୋଣ୍ଟେଗାଲିଆନିଙ୍କ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ରାଷ୍ଟ୍ରୀୟ ଦଳ ଗୁଡିକ ମଧ୍ୟରେ ହେବାକୁ ଥିବା ସମସ୍ତ ମ୍ୟାଚ ଗୁଡିକୁ ବାତିଲ କରିଦିଆଯିବାର ମଧ୍ୟ ସମ୍ଭାବନା ଅଛି । ତାଙ୍କ ଅନୁଯାୟୀ କେବଳ ସ୍ୱାସ୍ଥ୍ୟ ଗତ କାରଣ ଯୋଗୁଁ ନୁହେ, ଆନ୍ତଃରାଷ୍ଟ୍ରିୟ ଯାତ୍ରା କ୍ଷେତ୍ରରେ ବାଧା ଗୁଡିକୁ ଦୃଷ୍ଟିରେ ରଖି ହିଁ ଏହି ନିଷ୍ପତ୍ତି ନିଆଯିବ । ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଗୁଡିକ ୨୦୨୧ ମସିହା ମାର୍ଚ୍ଚ ମାସରେ ହିଁ ଆୟୋଜନ କରାଯିବ ବୋଲି ସମ୍ଭାବନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.