ରଥଯାତ୍ରା ଉପରେ ପଡିପାରେ କରୋନା ପ୍ରଭାବ, ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

ପୁରୀ: କରୋନା ମହାମାରୀ ପାଇଁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ଏଯାଏ କୌଣସି ନିଷ୍ପତ୍ତି ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜିଉଙ୍କ ରଥଯାତ୍ରା ଆୟୋଜନ ନେଇ ବିଚାରବିମର୍ଶ ଜାରି ରହିଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଚଳିତବର୍ଷ ଜୁନ୍‌ ୨୩ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ପଡୁଛି । ଆସନ୍ତା ୨୬ ତାରିଖରେ ରଥକାମ ଆରମ୍ଭ ହେବାକୁ ଥିବା ବେଳେ ଜୁନରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା । କରୋନା ସଂକ୍ରମଣ ଭୟ ସବୁଆଡ଼େ ଛାଇ ହୋଇ ରହିଥିବାରୁ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ରୋକ ଲାଗିବା ଆଶଙ୍କା ରହିଛି । ଏବେ ଲକଡାଉନରେ ରଥ କାମ କିପରି ଆରମ୍ଭ ହେବ ତାକୁ ନେଇ ସମସ୍ତେ ସନ୍ଦୀହାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.