Below header

ଉପକୂଳ ଓ ପଶ୍ଚିମ ଓଡ଼ିଶା ପରେ କରୋନା ପହଞ୍ଚିଛି ଦକ୍ଷିଣ ଓଡ଼ିଶାରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ କରୋନା ଏବେ ଡେଇଁଛି କୋରାପୁଟ ଜିଲ୍ଲାକୁ । ଉପକୂଳ ଓ ପଶ୍ଚିମ ଓଡ଼ିଶା ପରେ ପହଞ୍ଚିଛି ଦକ୍ଷିଣ ଓଡ଼ିଶାରେ । ବର୍ତ୍ତମାନ ରାଜ୍ୟର ୧୧ଟି ଜିଲ୍ଲାକୁ କରୋନା ଆକ୍ରାନ୍ତ କରିଛି ।
ଅବଶ୍ୟ ଏହି ଆକ୍ରାନ୍ତ ବ୍ୟକ୍ତି ଜଣକ କୋରାପୁଟରେ କାହାଠାରୁ ସଂକ୍ରମିତ ହୋଇ ନାହାନ୍ତି । ସେ ଜଣେ ସ୍ୱାସ୍ଥ୍ୟକର୍ମୀ ବା ଷ୍ଟାଫ୍‌ ନର୍ସ । କୋଲକାତାରୁ ଆସି କୋରାପୁଟରେ ନୂଆ କରି ଚାକିରିରେ ଯୋଗ ଦେଇଥିଲେ । ତେବେ ଗତ ୧୪ ତାରିଖରେ ଆସି ପହଞ୍ଚିବା ପରେ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଥିଲା । ସେହି ସମୟରେ ତାଙ୍କ ନମୂନା ପରୀକ୍ଷାରୁ ସେ କୋଭିଡ୍‌ ପଜେଟିଭ୍‌ ବୋଲି ସ୍ପଷ୍ଟ ହୋଇଥିଲା ।
ଏହି ବ୍ୟକ୍ତି ଜଣକ ବାହାରକୁ କୁଆଡ଼େ ଯାଇ ନାହାନ୍ତି କିମ୍ବା କାମରେ ଯୋଗ ଦେଇ ନାହାନ୍ତି । ତେଣୁ ସେ କୋଲକାତାରୁ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ତେଣୁ ଏକଥା ଅନ୍ତତଃ ଆଶ୍ୱସ୍ତିର ବିଷୟ ଯେ ସେ ଜିଲ୍ଲା ଭିତରେ ସଂକ୍ରମିତ ହୋଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.