Below header

କରୋନା ଯୋଗୁ କମିଛି ରେଳଯାତ୍ରୀଙ୍କ ସଂଖ୍ୟା, ଅସ୍ଥାୟୀ ରୂପେ ବାତିଲ ହେଲା ଏକାଧିକ ଟ୍ରେନ୍‌

କରୋନା ଯୋଗୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏବେ ଏହି ଭାଇରସ୍‌ ଭାରତରେ ମଧ୍ୟ ପ୍ରବେଶ କରିସାରିଲା। କେବଳ ସଚେତନ ହେଲେ ହିଁ କରୋନାକୁ ରୋକାଯାଇପାରିବ ବୋଲି ସରକାରଙ୍କ ତରଫରୁ ସତର୍କତା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ମଧ୍ୟ କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ କେତେକ ଟ୍ରେନ୍‌କୁ ବାତିଲ କରିଛି। ଆସନ୍ତୁ ଜାଣିବା ରେଳ ବିଭାଗ ତରଫରୁ ଜାରି କରାଯାଇଥିବା କରୋନା ଆଡଭାଇଜରି ସମ୍ପର୍କରେ…

Coronavirus 2019

ବହୁ ଟ୍ରେନ୍‌ରେ ଟିକେଟ୍ ବାତିଲ୍ ଯୋଗୁଁ ପୂର୍ବ ତଟ ରେଳପଥରେ ଯାତ୍ରୀ ସଂଖ୍ୟା କମିଛି

  • ପୂର୍ବତଟ ରେଳପଥରେ ଗତ ଛଅ ଦିନ ମଧ୍ୟରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟିକେଟ୍ ବାତିଲ୍ ହୋଇଛି ।
  • ଏହି ବାତିଲ୍ ସଂଖ୍ୟା ଗତ ବର୍ଷ ବାତିଲ୍ ହୋଇଥିବା ଟିକେଟ ସଂଖ୍ୟାଠାରୁ ଶତକଡ଼ା ୬୭ ଭାଗ (୬୭%) ଅଧିକ ।
  • ସେହିପରି ସାରା ଭାରତୀୟ ରେଳପଥରେ ଟିକେଟ୍ ବାତିଲ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ଶତକଡ଼ା ୮୦ ଭାଗ (୮୦%)ଅଧିକକୁ ପହଞ୍ଚିଲାଣି।
  • ଯାତ୍ରୀ ସଂଖ୍ୟା କମିବା ଦୃଷ୍ଟିରୁ, ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୦୫ ଯୋଡ଼ା (୧୦ଟି ଟ୍ରେନ୍‌) ସ୍ୱତନ୍ତ୍ର ଟ୍ରେନ୍‌କୁ ବିଭିନ୍ନ ସ୍ଥାନରୁ ବାତିଲ କରାଯାଇଛି ।
  • ଯଦି ଆବଶ୍ୟକ ପଡ଼େ ଆହୁରି ଅଧିକ ଟ୍ରେନ୍‌କୁ ବାତିଲ୍ କରାଯାଇପାରେ । ଯାତ୍ରୀ ଟିକେଟ୍ ବୁକିଂ ଉପରେ ନିୟମିତ ଭାବେ ବିଶ୍ଳେଷଣ କରାଯାଉଛି । ଯେତେବେଳେ ଆବଶ୍ୟକ ପଡ଼ିବ ଆହୁରି ଅଧିକ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯିବ ।
  • ପୂର୍ବତଟ ରେଳପଥର ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବିଶାଖାପାଟଣା ଡିପୋରୁ ଛାଡ଼ିବାକୁ ଥିବା ଟ୍ରେନ୍ ଗୁଡ଼ିକରୁ ଚାଦର (ବ୍ଲାଙ୍କେଟ୍‌) ଓ ପରଦା (କର୍ଟେନ୍‌)କୁ ବାହାର କରି ଦିଆଯାଇଛି ।
  • ଯାତ୍ରୀମାନେ ଚାହିଁଲେ ସେମାନଙ୍କର ନିଜର ଶାଲ, ବେଡସିଟ୍ ଇତ୍ୟାଦି ସାଙ୍ଗରେ ନେଇପାରିବେ । ସେମାନେ ରେଲୱେ ଦ୍ୱାରା ପ୍ରଦତ୍ତ ଚାଦର କି ବେଡ୍‌ସିଟ୍ ବ୍ୟବହାର କରିପାରିବେ କିମ୍ବା ତାଙ୍କର ନିଜର ବ୍ୟବହାର କରିପାରିବେ ।

 

railways

ଅସ୍ଥାୟୀ ରୂପେ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍‌

  • କୋଭିଡ୍-୧୯ ସଂକ୍ରମଣର ବ୍ୟାପକତାଜନିତ ଯାତ୍ରୀ ହ୍ରାସ କାରଣରୁ ପୂର୍ବତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସେବାକୁ ଅସ୍ଥାୟୀ ରୂପେ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି ।
  • ଟ୍ରେନ୍ ନଂ. ୦୮୫୦୧/୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ୍‌-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‌କୁ ବିଶାଖାପାଟଣାଠାରୁ ତା ୧୭,୨୪ ଓ ୩୧ ମାର୍ଚ୍ଚ, ୨୦୨୦ରିଖ ଦିନ ତଥା ସିକନ୍ଦରାବାଦ୍‌ଠାରୁ ତା ୧୮, ୨୫ ମାର୍ଚ୍ଚ ଏବଂ ୧ ଏପ୍ରିଲ, ୨୦୨୦ରିଖ ଦିନ ବାତିଲ୍ କରାଯିବ ।
  • ଟ୍ରେନ୍ ନଂ. ୦୮୫୭୩/୦୮୫୭୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‌କୁ ବିଶାଖାପାଟଣାଠାରୁ ତା୨୩ ଓ ୩୦ ମାର୍ଚ୍ଚ, ୨୦୨୦ରିଖ ଦିନ ତଥା ତିରୁପତିଠାରୁ ତା ୨୪ ଓ ୩୧ ମାର୍ଚ୍ଚ, ୨୦୨୦ ରିଖ ଦିନ ବାତିଲ୍ କରାଯିବ ।

railways3

  • ଟ୍ରେନ୍ ନଂ. ୦୮୩୦୧/୦୮୩୦୨ ସମ୍ବଲପୁର-ବନସ୍‌ୱାଡି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁରଠାରୁ ତା ୧୮ ଓ ୨୫ ମାର୍ଚ୍ଚ, ୨୦୨୦ ରିଖ ଦିନ ଏବଂ ବନସ୍‌ୱାଡିଠାରୁ ତା ୧୯ ଓ ୨୬ ମାର୍ଚ୍ଚ, ୨୦୨୦ ରିଖ ଦିନ ବାତିଲ୍ ହେବ ।
  • ଟ୍ରେନ୍ ନଂ. ୦୮୪୦୭/୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ୍‌-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରଠାରୁ ତା ୧୯ ଓ ୨୬ ମାର୍ଚ୍ଚ ୨୦୨୦ ରିଖ ଦିନ ଏବଂ ସିକନ୍ଦରାବାଦ୍‌ଠାରୁ ତା ୨୦ ଓ ୨୭ ମାର୍ଚ୍ଚ ୨୦୨୦ରିଖ ଦିନ ବାତିଲ୍ ହେବ ।
  • ସେହିପରି ଟ୍ରେନ୍ ନଂ. ୦୮୪୦୩/୦୮୪୦୪ ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ପୁରୀଠାରୁ ତା ୨୦ ଓ ୨୭ ମାର୍ଚ୍ଚ, ୨୦୨୦ରିଖ ଦିନ ଏବଂ ସନ୍ତ୍ରାଗାଛିଠାରୁ ତା ୨୧ ଓ ୨୮ ମାର୍ଚ୍ଚ ୨୦୨୦ରିଖ ଦିନ ବାତିଲ୍ ହେବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.