ଅଜବ ବିବାହ: ଅନ୍ୟର ସ୍ତ୍ରୀକୁ ଚୋରି କରି ଜୀବନସାଥୀ କରନ୍ତି ଏଠାକାର ପୁରୁଷ, ପ୍ରେମ ନିବେଦନ ପାଇଁ କରିବାକୁ ପଡ଼ିଥାଏ ଏଭଳି କାମ!

ସାରା ବିଶ୍ୱରେ ବିବାହର ଅନେକ ନୀତି ନିୟମ ରହିଛି। କିନ୍ତୁ ଏମିତି ଏକ ନିୟମ, ଯେଉଁଠି ଲୋକେ ଅନ୍ୟ ଜଣଙ୍କ ସ୍ତ୍ରୀକୁ ଚୋରେଇ ଆଣି ବିବାହ କରନ୍ତି। ଆସନ୍ତୁ ଜାଣିବା ଏଭଳି ଏକ ଅଜବ ପରମ୍ପରା ବିଷୟରେ। ପଶ୍ଚିମ ଆଫ୍ରିକାର ବୋଦାବେ ଜନଜାତିର ଲୋକ ଏହି ନୀତି ନିୟମ ଅନୁସାରେ ବିବାହ କରନ୍ତି। ଏହି ପ୍ରକାର ବିବାହ ସେମାନଙ୍କ ପରିଚୟ ହୋଇଥାଏ।

w1

ପରମ୍ପରା ଅନୁସାରେ, ଏଠାରେ ପ୍ରଥମ ବିବାହ ଘର ଲୋକଙ୍କ ଇଚ୍ଛା ଅନୁସାରେ ହୁଏ। କିନ୍ତୁ ଦ୍ଵିତୀୟ ବିବାହ କରିବା ପାଇଁ ପୁରୁଷଙ୍କୁ ଅନ୍ୟ କାହାର ସ୍ତ୍ରୀକୁ ଚୋରି କରିବାକୁ ପଡିଥାଏ। ଖାସ, ଏଥିପାଇଁ ପ୍ରତ୍ୟେକ ବର୍ଷ ଗେରେବୋଲ ଫେଷ୍ଟିଭାଲ ପାଳନ କରାଯାଇଥାଏ। ଏହି ସମୟରେ ପୁଅମାନେ ମୁଁହରେ ରଙ୍ଗ ଲଗେଇ ଆସିଥାନ୍ତି ଏବଂ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରନ୍ତି।

wee

ଏମିତି କରିବା ସମୟରେ ନଜର ରଖିବାକୁ ପଡ଼ିଥାଏ ଯେ ଯେପରି ମହିଳାଙ୍କ ସ୍ୱାମୀ ଏହା ଦେଖିପାରୁ ନ ଥିବେ ଏବଂ ତାଙ୍କୁ ଯେପରି ଏହାର ସାମାନ୍ୟ ସୁରାକ ମିଳିପାରୁ ନ ଥିବ। ମହିଳା ରାଜି ହୋଇଯିବା ପରେ ପୁରୁଷ ତାଙ୍କୁ ନେଇ ଫେରାର ହୋଇଯାନ୍ତି। ପରେ ସେମାନଙ୍କ ବିବାହ ସମ୍ପ୍ରଦାୟର ଲୋକେ କରାନ୍ତି। ଏହି ପ୍ରକାର ବିବାହକୁ ସେମାନେ ପ୍ରେମ ବିବାହ ବୋଲି ସ୍ୱୀକାର କରିନିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.