Below header

ୟେସ ବ୍ୟାଙ୍କରୁ ଉଠାଯାଇ ପୁରୀ ୟୁକୋ ବ୍ୟାଙ୍କକୁ ପଠାଯିବ ଶ୍ରୀ ଜଗନ୍ନାଥଙ୍କ ଜମା ଟଙ୍କା

ପୁରୀ: ୟେସ ବ୍ୟାଙ୍କରୁ ଉଠିବ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା ।  ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମ୍ୟାଚୁରିଟି ଟଙ୍କା ଉଠାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ୟେସ ବ୍ୟାଙ୍କରୁ ଟଙ୍କା ଉଠାଯାଇ ପୁରୀ ୟୁକୋ ବ୍ୟାଙ୍କକୁ ପଠାଯିବ । ଏନେଇ ୟେସ୍‌ ବ୍ୟାଙ୍କରେ ଟଙ୍କା ଉଠାଣ ଫର୍ମ ଜମା କରିଛି ଶ୍ରୀମନ୍ଦିର ପ୍ରଶାସନ । ମାଚ୍ୟୁରିଟି ହେବାକୁ ଥିବା ୩୮୯ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଆସିବ ।

puri temple

ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ଆସନ୍ତା ୨୯ ତାରିଖରେ ଆଉ ଏକ ଫିକ୍ସ ଡିପୋଜିଟର ଅବଧି ସରିବାକୁ  ଥିବା ବେଳେ ୩୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଉଠାଯିବ ବୋଲି ସ୍ଥିର କରାଯାଇଛି । ଆଜି ସନ୍ଧ୍ୟାରେ ହିଁ ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ କଟକଣା ହଟାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.