Below header

ଏବେ ଘରୋଇ ଲ୍ୟାବରେ ବି ହେବ ମାଗଣା କରୋନା ଟେଷ୍ଟ

ବର୍ତ୍ତମାନ କରୋନା ଭାଇରସ ଟେଷ୍ଟ କରିବା ପାଇଁ ଆବଶ୍ୟକ ନାହିଁ କୌଣସି ହସ୍ପିଟାଲ ଯିବା। ଏବେ ଆପଣ ଘରୋଇ (ପ୍ରାଇଭେଟ) ଲ୍ୟାବ୍ସରେ ମଧ୍ୟ କରୋନା ଭାଇରସ ଟେଷ୍ଟ ହେବ, ତାହା ବି ସମ୍ପୂର୍ଣ୍ଣ ମାଗଣା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ପକ୍ଷରୁ ଗତ ମଙ୍ଗଳବାର ଦିନ ଏହାସହ ଜଡିତ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି। ବର୍ତ୍ତମାନ ଏଥିରେ ଏକ ପେଚ ରହିଛି, ଯାହା ଘରୋଇ ଲ୍ୟାବ୍ସକୁ ମାଗଣାରେ ଟେଷ୍ଟ କରିବା ପାଇଁ କୁହାଯାଇଛି କିନ୍ତୁ ସେମାନଙ୍କୁ ଟଙ୍କା ଦେଇ କିଟ୍‌ କିଣିବା ପାଇଁ କୁହାଯାଇଛି।

coronavirus-testସୂଚନା ମୁତାବକ ଏହାପୂର୍ବରୁ କିଛି ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ କରାଯାଉଥିଲା। କିନ୍ତୁ ଏଥିରେ ପ୍ରଥମ ସ୍କ୍ରିନିଂର ମୂଲ୍ୟ ୧୫୦୦ଟଙ୍କା ଏବଂ ପଛରେ ୩୦୦୦ ଫିସ୍‌ ରହିଥିଲା। ICMR ଡାଇରେକ୍ଟର ଜେନେରାଲ ଡାକ୍ତର ବଲରାମ ଭାର୍ଗବଙ୍କ କହିବାନୁଯାୟୀ କରୋନା ଭାଇରସର ଭୟଙ୍କର ପରିସ୍ଥିତିକୁ ଲକ୍ଷ୍ୟ ରଖି ଦେଶ ପାଇଁଁ ଏସି ଲ୍ୟାବ୍ସ ନିତ୍ୟାନ୍ତ ଆବଶ୍ୟକ। ଏଥିସହ ଲ୍ୟାବରେ କରୋନା ଟେଷ୍ଟ କରିବା ପାଇଁ ଯୋଗ୍ୟ ଚିକିତ୍ସକଙ୍କୁ କାମ କରିବା ପାଇଁ କୁହାଯାଇଛି।

testରିପୋର୍ଟ ଅନୁଯାୟୀ କରୋନାର ଯାଞ୍ଚ କିଟ୍‌ ରେ Primer ଏବଂ Probe ଦୁଇଟି ପ୍ରମୁଖ ଜିନିଷ। ସରାକରୀ ଲ୍ୟାବ୍ସ ପ୍ରାଇମରକୁ ନିଜେ ପ୍ରସ୍ତୁତ କରୁଛି। ICMR ଙ୍କ କହିବାନୁଯାୟୀ ଯେଉଁ ଲ୍ୟାବ୍ସ ମାଗଣାରେ କରୋନା ଟେଷ୍ଟ କରିବାକୁ ଇଛୁକ ସେମାନେ ପ୍ରାଇମର ଏବଂ ପ୍ରୋବ ଦୁଇଟି ନେବାକୁ ପଡିବ। ଏହି ଦୁଇଟି ଜିନିଷ କିଛି କମର୍ସଲ କିଟ୍‌ରେ ମଧ୍ୟ ରହିଥାଏ, ଯାହାକୁ ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ୍‌ ଭିରୋଲୋଜୀ(NIV)ରୁ ମାନ୍ୟତା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.