Below header

୭୫ ବର୍ଷ ହେଲାଣି ରହସ୍ୟମୟ ଭାବେ ରହିଛି ଏହି ଛାଇ, ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଜାଣିପାରୁନାହାନ୍ତି ଏହାର ସତ୍ୟତା

୧୯୪୫ ମସିହାରେ ଆମେରିକା ସେନା ପକ୍ଷରୁ ଜାପାନର ହିରୋଶିମା ଏବଂ ନାଗାସାକି ସହର ଉପରେ ପରମାଣୁ ବୋମା ପକାଇଥିଲା। ଏହି ଆକ୍ରମଣରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଯିବା ସହ ଲକ୍ଷାଧିକ ଲୋକ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇଥିଲେ। ପ୍ରଥମେ ଆମେରିକା ହିରୋଶିମା ଉପରେ ପରମାଣୁ ବୋମା ପକାଇଥିଲା। ଯେଉଁଠାରେ ଆଜି ମଧ୍ୟ ମଣିଷର ଛାଇ ଭଳି ଏକ ଛାଇ ଦେଖିବାକୁ ମିଳିଥାଏ। ଯାହା ଦୀର୍ଘ ୭୫ ବର୍ଷ ହେଲାଣି ସେପରି ରହିଛି। ଏହି ଛାଇ ପଛରେ ଥିବା ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଜାଣିପାରୁନାହାନ୍ତି। ଏହି ଛାଇକୁ ‘ ଦ ହିରୋଶିମା ଷ୍ଟେଟସ୍‌ ଶାଡୋ’ କିମ୍ବା ‘ଶାଡୋଜ ଅଫ୍‌ ହିରୋଶିମା’ ନାମରେ ଜଣାଶୁଣା।

photo

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋଶିମା ଉପରେ ପରମାଣୁ ଆକ୍ରମଣ ହୋଇଥିଲା। ଯେଉଁ ସ୍ଥାନରେ ଏହି ଛାଇ ରହିଛି, ତାର ଫଟୋ ୮୫୦ ଫୁଟ ଦୂରରୁ ଉଠାଯାଇଥିଲା। ଯେଉଁଠାରେ ଜଣେ ବ୍ୟକ୍ତି ଠିଆହୋଇଥିଲେ। କିନ୍ତୁ ପରମାଣୁ ବୋମାର ବିସ୍ଫୋରଣରେ ବ୍ୟକ୍ତି ଜଣକ ଗାଏବ ହୋଇଯାଇଥିଲେ। କିନ୍ତୁ ତାଙ୍କ ଛାଇକୁ ପରମାଣୁ ବୋମା ଲିଭାଇ ପାରିନଥିଲା ବୋଲି କୁହାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଛାଇର ବାସ୍ତବିକତା କେହି ଜାଣିନାହାନ୍ତି। କେହି ମଧ୍ୟ ଜାଣିପାରିଲେନି କି, ଠିଆ ହୋଇଥିବା ବ୍ୟକ୍ତି ଜଣକ କିଏ ? ଏହିକଥା ଏପର୍ଯ୍ୟନ୍ତ ମଧ୍ୟ ରହସ୍ୟ ଘେରରେ ରହିଛି।

shadow

ଏକ ରିପୋର୍ଟ ମୁତାବକ, ହିରୋଶିମାରେ ହୋଇଥିବା ପରମାଣୁ ବିସ୍ଫୋରଣରେ ଏକ ଲକ୍ଷ ୪୦ ହଜାର ଲୋକଙ୍କ ପ୍ରାଣ ଯାଇଥିଲା। ଯେଉଁ ବିସ୍ଫୋରଣ ହୋଇଥିଲା, ସେଥିରେ ଭୟଙ୍କର ଉର୍ଜା ବାହାରିଥିଲା, ଯାହାର ଗରମରେ ପାଖାପାଖି ୮୦ ହଜାର ଲୋକ ମରିଯାଇଥିଲେ। ପରମାଣୁ ବିକିରଣ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା। ସେହି ପରମାଣୁ ବୋମାର ନାମ ‘ଲିଟଲ ବୟ’ ରହିଥିଲା, ଯାହାର ଓଜନ ୪୪୦୦ କିଲୋଗ୍ରାମ ରହିଥିଲା।

sima

ଏହି ବୋମା ଫାଟିବା ଯୋଗୁଁ ପୃଥିବୀ ଭିତରେ ୪ ହଜାର ଡିଗ୍ରୀ ସେଲିସିୟସ ପର୍ଯ୍ୟନ୍ତ ଗରମ ବଢିଯାଇଥିଲା। ଲୋକ ୫୦ରୁ ୫୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହିପାରୁନଥିବା ବେଳେ ୪ ହଜାର ଡିଗ୍ରୀ ସେଲସିୟସର ଗରମ କିପରି ସହିପାରିଥାନ୍ତା। ତେଣୁ ଅନେକ ଲୋକ ଗରମରେ ଜଳି ମରିଗଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.