Below header

ଆଶ୍ଚର୍ଯ୍ୟ ! କ୍ୱାରେଣ୍ଟାଇନ୍‌ରେ ୧୪ ଦିନ ରହିବା ପରେ ମଧ୍ୟ ଯୁବକଙ୍କ ଠାରେ ଦେଖାଗଲା କାରୋନା ଲକ୍ଷଣ

କାରୋନା ସଂକ୍ରମଣ ଆଶଙ୍କା କରି ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିଯିବାର ମାନେ ନୁହେଁ ଯେ ଆପଣଙ୍କ ଉପରେ କାରୋନା ସଂକ୍ରମିତ ହେବା ଭୟ ଚାଲିଗଲା। ଯଦି ଆପଣ ଏପରି ଭାବୁଛନ୍ତି ତାହେଲେ ଭୁଲ ଭାବୁଛନ୍ତି। କାହିଁକିନା ଚଣ୍ଡୀଗଡରେ ଏକ ଏମିତି ମାମଲା ଏବେ ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେଠାରେ ଜଣେ ଯୁବକ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ମଧ୍ୟ କାରୋନା ଲକ୍ଷଣ ଦେଖାଗଲା।

ଦୁବାଇର ଜଣେ ୨୨ ବର୍ଷୀୟ ଯୁବକ ୧୧ ମାର୍ଚ୍ଚରେ ଚଣ୍ଡୀଗଡ ଆସିଥିଲେ। ୧୪ ଦିନ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ କିନ୍ତୁ ହଠାତ ତା ପର ଦିନ ଅର୍ଥାତ କ୍ୱାରେଣ୍ଟାଇନ୍‌ରେ ରହିବାର ଦିନକ ପରେ ଜ୍ୱରର ଲକ୍ଷଣ ଦେଖାଗଲା ଆଉ ପରେ ତାହା କାରୋନା ଭାଇରସ ବୋଲି ଜଣାପଡିଥିଲା। ଏହି ଘଟଣା ପରେ ତାଙ୍କର ପୂରା ପରିବାର ସମେତ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ଆଶ୍ଚର୍ଯ୍ୟ କରାଉଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତର କହିଛନ୍ତି ଯେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ନିୟମ ଅନୁଯାଇ କ୍ୱାରେଣ୍ଟାଇନ୍‌ର ସମୟ ସୀମା ୧୪ ଦିନର ଅଟେ। କିନ୍ତୁ ଏହି ମାମଲା ସାମ୍ନାକୁ ଆସିବା ପରେ ରୋଗୀଙ୍କ ବିଦେଶ ଯାତ୍ରା ସହିତ ଅନ୍ୟ ସୂଚନାର ମଧ୍ୟ ଯାଞ୍ଚ କରାଯିବ। ଯଦି ଏମିତି ଘଟଣା ହେଉଛି ତେବେ ଆମକୁ କ୍ୱାରେଣ୍ଟାଇନ୍‌ ସମୟ ସୀମାକୁ ଗୁରୁତ୍ୱର ସହିତ ନେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.