Below header

ଚିନ୍ତା ବଢାଇଲେ ୧୫ ଲକ୍ଷ ବିଦେଶ ଫେରନ୍ତା, ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର କ୍ୟାବିନେଟ୍‌ ସଚିବ

ନୂଆଦିଲ୍ଲୀ: ଲକ୍‌ ଡାଉନରେ କରୋନା ସହ ଲଢେଇ କରୁଛି ଦେଶ । ହେଲେ ଚିନ୍ତା ବଢାଇଛନ୍ତି ୧୫ ଲକ୍ଷ ବିଦେଶ ଫେରନ୍ତା । ଏମାନେ ଜାନୁଆରୀ ୧୮ରୁ ମାର୍ଚ୍ଚ ୨୩ ଭିତରେ ଭାରତ ଆସିଛନ୍ତି । ଏହି ସମୟ ମଧ୍ୟରେ କରୋନା ବ୍ୟାପକ ହୋଇ ସାରିଥିଲା । ଏହି ୧୫ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ତେଣୁ ଏମାନଙ୍କ ଦ୍ୱାରା ଭୂତାଣୁ ବ୍ୟାପିବା ଭୟ ରହିଛି । ଏମାନେ କେଉଁଠି ଅଛନ୍ତି, କଣ କରୁଛନ୍ତି ତା ଉପରେ ନଜର ରଖିବା ନିହାତି ଆବଶ୍ୟକ । ଏଥିପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ।

corona 1କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି । ଏହି ୧୫ ଲକ୍ଷ ବିଦେଶୀ ଫେରନ୍ତାଙ୍କୁ ନିରୀକ୍ଷଣ ଭିତରେ ରଖିବାକୁ ଅନୁରୋଧ କରିଛନ୍ତି । କରୋନା ମୁକାବିଲା ପାଇଁ ଏମାନଙ୍କୁ ନିରୀକ୍ଷଣରେ ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିରେ ଜିଲ୍ଲା ପ୍ରଶାସନକୁ ସକ୍ରିୟ ଭାବେ ନିୟୋଜିତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.